Odisha Link
Bridging the Missing Links in Odisha

ନୀଳଗିରି ତହସିଲଦାରଙ୍କୁ ତାଲା

ନୀଳଗିରି: ନୀଳଗିରିରେ ତହସିଲଦାର ଓ ବିଧାୟକ ମୁହାଁମୁହିଁ ଘଟଣା ଏବେ ଉଗ୍ର ରୂପ ନେଇଛି। ବିଧାୟକଙ୍କ ସମର୍ଥକମାନେ ତହସିଲସଦାରଙ୍କୁ ତାଲା ପକାଇ ଦେଇଥିବା ଜଣାଯାଇଛି। ଅନ୍ୟପକ୍ଷରେ ଏବେ ବି ବିଧାୟକ ଅନଶନ ଧାରଣାରେ ବସିଥିବବେଳେ ତାଙ୍କୁ ବୁଝାବାକୁ ଉପଜିଲ୍ଲାପାଳ ପହଞ୍ଚିଛନ୍ତି।

ବିଧାୟକ ଓ ତହସିଲଦାର ମୁହାଁମୁହିଁ। ନୀଳଗିରି କଚେରୀ ହତା ମଧ୍ୟରେ ମୋହରୀର ଘରଗୁଡିକୁ ଭଙ୍ଗାଯିବାକୁ ନେଇ ସ୍ଥାନୀୟ ବିଧାୟକ ସୁକାନ୍ତ ନାୟକ ଓ ତହସିଲଦାର ମୁହାଁମୁହିଁ ହୋଇଛନ୍ତି। ଗତକାଲି ଭଙ୍ଗା ଚାଲିଥିବାବେଳେ ଖବର ପାଇଁ ବିଧାୟକ ଘଟଣାସ୍ଥଳରେ ପଂହଚିଥିଲେ। ଘଟଣା ସମ୍ପର୍କରେ ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ଯନ୍ତ୍ରୀ ସହ ଆଲୋଚନା କରିବା ପରେ ଥଇଥାନ କରି ଭାଙ୍ଗିବା କଥା ବିଧାୟକ କହିଥିଲେ। ଏହାକୁ ନେଇ ତହସିଲଦାର ଓ ବିଧାୟକଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ମୋହରୀରଙ୍କ ଘରକୁ ମଧ୍ୟ ଭଙ୍ଗାଯାଇଥିଲା। ଏହାକୁ ବିରୋଧ କରି ବିଧାୟକ, ମୋହରୀର ଓ ଆଇନଜୀବୀ ଉପଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣାରେ ବସିଛନ୍ତି ।ତହସିଲଦାର କରିଥିବା ଦୁର୍ବ୍ୟବହାର ପ୍ରତିବାଦରେ ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକ କାର୍ୟ୍ୟାଳୟ ସାମ୍ନାରେ ଧାରଣାରେ ବସିଛନ୍ତି।

Comments are closed.