Odisha Link
Bridging the Missing Links in Odisha

ଇସ୍ରୋ ଜାରି କଲା ଆର୍ବିଟର ପଠାଇଥିବା ଚନ୍ଦ୍ରପୃଷ୍ଠର ଫଟୋ

ବେଙ୍ଗାଲୁରୁ: ଚନ୍ଦୟାନ-୨ ଚନ୍ଦ୍ରପୃଷ୍ଠର ପ୍ରଥମ ଫଟୋ ଉତ୍ତଳୋନ କରିଛି। ଯାହାକି ଅର୍ବିଟରରେ ଲାଗିଥିବା ହାଇ ରିଜୋଲ୍ୟୁଶନ୍‌ କ୍ୟାମେରାରେ ଉଠଯାଇଛି। ଇସ୍ରୋ ଚନ୍ଦ୍ରାୟାନ-୨ର ଅର୍ବିଟର ହାଇ ରିଜୋଲ୍ୟୁଶନ୍‌ କ୍ୟାମେରାରେ ଉଠି ଥିବା ଚନ୍ଦ୍ରର ଫଟୋ ପ୍ରକାଶ କରିଛି। ଏହି ଫଟୋରେ ଚନ୍ଦ୍ରର ପୃଷ୍ଠଦେଶ ଏବଂ ଛୋଟ ବଡ ଗାତ ସବୁ ନଜର ଆସିଛି। ଚନ୍ଦ୍ରାୟାନ-୨ ର ହାଇ ରିଜୋଲ୍ୟୁସନ୍‌ ଫଟୋ ଗ୍ରହଣ କରିଥାଏ। ଏହି କ୍ୟାମେରା ଫୈକ୍ରୋମିଟ୍‌ ବୈଣ୍ଡ (୪୫୦-୮୦୦ଏନଏମ) ଉପରେ ସଞ୍ଚାଳିତ ହୋଇଥାଏ।

ଚନ୍ଦ୍ରାୟାନ୍‌-୨ର ବିକ୍ରମ ଲ୍ୟାଣ୍ଡର ଖରାପ୍‌ ଲ୍ୟାଣ୍ଡିଙ୍ଗ୍‌ର ଯାଞ୍ଚ୍‌ ଏକ ରାଷ୍ଟ୍ରୀୟ ସ୍ତରୀୟ ସମିତି(NRC) କରୁଛି। କିଛି ଦିନ ପୂର୍ବରୁ ଇସ୍ରୋର ମୁଖ୍ୟ ଡ.କେ. ସିବନ ସ୍ପଷ୍ଟ କରିଥିଲେ ଯେ, ଚନ୍ଦ୍ରାୟାନ-୨ ମିଶନ ୯୮ ପ୍ରତିଶତ ସଫଳ ହୋଇଛି ବୋଲି ଏନଆରସି ଘୋଷଣା କରିଥିଲା।

Comments are closed.