Odisha Link
Bridging the Missing Links in Odisha

ଏନଆଇଏ ଡିଜିଙ୍କ ବଡ଼ ବୟାନ, ଓଡ଼ିଶାରେ ବାଂଲା ଆତଙ୍କୀ

ନୂଆଦିଲ୍ଲୀ: ଆଜି ଭାରତରେ ବାଙ୍ଗଲାଦେଶୀ ଆତଙ୍କବାଦୀଙ୍କ ଗତିବିଧିକୁ ନେଇ ବଡ ବୟାନ ଦେଇଛନ୍ତି ଏନଆଇଏ ଡିଜି ଯୋଗେଶ ମୋଦି। ସେ କହିଛନ୍ତି ଯେ, ବାଙ୍ଗଲାଦେଶୀ ଆତଙ୍କବାଦୀ ସଂଗଠନ ଜମାତ-ଉଲ୍-ମୁଜାହିଦିନ୍ ଦେଶରେ ତାର କାୟା ବିସ୍ତାର କରିବାରେ ଲାଗିଛି। ବିଶେଷ କରି ଓଡ଼ିଶା, ଆସାମ ଓ ଝାରଖଣ୍ଡରେ ବାଲାଂଦେଶୀ ଆତଙ୍କବାଦୀ ସେମାନଙ୍କ ଶକ୍ତି ବୃଦ୍ଧି କରୁଛନ୍ତି ବୋଲି କହିଛନ୍ତି ଜାତୀୟ ତଦନ୍ତକାରୀ ସଂସ୍ଥାର ଡିଜି ଯୋଗେଶ ମୋଦି।

କର୍ଣ୍ଣାଟକ, କେରଳରେ ମଧ୍ୟ ଏହି ସଂଗଠନ ସକ୍ରିୟ ଥିବା ନେଇ ଡିଜି ସୂଚନା ଦେଇଛନ୍ତି । ଜାତୀୟ ତଦନ୍ତକାରୀ ସଂସ୍ଥାର ସନ୍ଦିଗ୍ଧ ତାଲିକାରେ ଥିବା ୧୨୫ ଜଣଙ୍କ ଲିଷ୍ଟ ରାଜ୍ୟମାନଙ୍କୁ ଦିଆଯାଇଛି ବୋଲି ଏନଆଇଏ ସମ୍ମିଳନୀରେ ଯୋଗ ଦେଇ ଡିଜି ସୂଚନା ଦେଇଛନ୍ତି । ଆଇଏସଆଇଏସ, ଜେହାଦୀ ଓ ଟେରର ଫଣ୍ଡିଙ୍ଗ ସହିତ ଅନ୍ୟାନ୍ୟ ଆତଙ୍କବାଦୀ ପ୍ରସଙ୍ଗରେ ଯାଂଚ କରୁଛି ଏନଆଇଏ ।

ଜାତୀୟ ନିରାପତ୍ତା ଉପଦେଷ୍ଟା ଅଜିତ ଡୋଭାଲ୍‌ କହିଛନ୍ତି ଯେ ଏ ପର୍ଯ୍ୟନ୍ତ ଅନ୍ୟ ଯେକୌଣସି ଏଜେନ୍‌ସିଙ୍କ ଅପେକ୍ଷା ଏନ୍‌ଆଇଏ ଆତଙ୍କକୁ ଅଧିକ ପ୍ରଭାବିତ କରି ପାରିଛି। ଅତି ବିଜ୍ଞତାର ସହ ସେମାନେ ମାମଲାଗୁଡ଼ିକର ଅନୁସରଣ କରୁଛନ୍ତି। ତେବେ ଆତଙ୍କବାଦ ସମସ୍ୟା କିଛି ବଡ ନୂଆ ନୁହେଁ । ଆତଙ୍କବାଦ ବିଚାରଧାରକୁ ଧ୍ୱଂସ କରାଯିବା ଜରୁରୀ । ପାକିସ୍ତାନ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ଦେଶ ବୋଲି ଏହି ସମ୍ମଳିନୀରେ ଯୋଗ ଦେଇ କହିଛନ୍ତି ଜାତୀୟ ପରାମର୍ଶଦାତା ଅଜିତ୍ ଡୋଭାଲ ।

Comments are closed.