Odisha Link
Bridging the Missing Links in Odisha

ବସିଲା ହାଇକୋର୍ଟର ପୂର୍ଣ୍ଣ କାଳୀନ ବେଞ୍ଚ

କଟକ: ଓଡ଼ିଶା ହାଇକୋର୍ଟରେ ୧୪ ଜଣିଆ ପୂର୍ଣ୍ଣ କାଳୀନ ବେଞ୍ଚ୍ ବସିଛି। ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ସମେତ ଅନ୍ୟ ୧୩ ଜଣ ବିଚାରପତି ଏଥିରେ ଯୋଗ ଦେଇଛନ୍ତି। ପ୍ରଥମଥର ହାଇକୋର୍ଟର ପୂର୍ଣ୍ଣ କାଳୀନ ବେଞ୍ଚ ବସିଛି। ଏଥିରେ ଭାରତୀୟ ଆଇନଜୀବୀ ପରିଷଦ, ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ଆନ୍ଦୋଳନରତ ସମସ୍ତ ବାର୍ ଆସୋସିଏସନ ଓ ଆଇନ ସଚିବଙ୍କୁ ନୋଟିସ୍ ଜାରି କରାଯାଇଛି। ଏହା ସହ ହାଇକୋର୍ଟ ବାର୍ ଆସୋସିଏସନ୍‌ର ସଭାପତି ଓ ସଂପାଦକଙ୍କୁ ମଧ୍ୟ ନୋଟିସ୍ ଜାରି କରାଯାଇଛି। ଆସନ୍ତା ୨୧ ତାରିଖ ସୁଦ୍ଧା ଜବାବ ଦାଖଲ ପାଇଁ ନୋଟିସରେ ନିର୍ଦେଶ ଦିଆଯାଇଛି।
ସୂଚନା ଅନୁସାରେ, ବାରମ୍ବାର ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁଁ ବିଚାର ପ୍ରକ୍ରିୟାରେ ବାଧା ସୃଷ୍ଟି ହେଉଥିବା ଅଭିଯୋଗ ହେଉଛି। ଏଥିରେ ବେଞ୍ଚ ଅସନ୍ତୋଷ ପ୍ରକାଶ କରିଛନ୍ତି।

Comments are closed.