ଜନ୍ମଦିନରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

ଭୁବନେଶ୍ବର: ଆଜି ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନ୍ମଦିନ। ରାଜ୍ୟ ସ୍ୱାସ୍ଥ୍ୟସେବାର ବିକାଶ ପାଇଁ ନିଜର ଜନ୍ମଦିନରେ ନବୀନ ଘୋଷଣା କରିଛନ୍ତି ବଡ଼ ଘୋଷଣା।
ଫୁଲବାଣୀରେ ପ୍ରତିଷ୍ଠା ହେବ ମେଡିକାଲ କଲେଜ। ଏହି ମେଡିକାଲ କଲେଜରେ ୫୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ରହିବ। ଏଥିସହିତ ଅନ୍ୟ ପାଞ୍ଚିଟି ଜିଲ୍ଲା ଯଥା,ବୌଦ୍ଧ, ନୟାଗଡ଼, କଳାହାଣ୍ଡି, ରାୟଗଡ଼ା, ନୂଆପଡ଼ାରେ ମେଡିକାଲ ପାଇଁ ବି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।
ଏଥିସହିତ ପ୍ରତି ଜିଲ୍ଲା ମୁଖ୍ୟ ଡାକ୍ତଖାନାରେ ଆଟେଣ୍ଡାନଟଙ୍କ ପାଇଁ ବିଶ୍ରମା ଗୃହ ନିର୍ମାଣ ହେବ। କଳାହାଣ୍ଡି,ନୂଆପଡ଼ା,ରାୟଗଡ଼ା,ନୟାଗଡ଼ ଏବଂ ବୌଦ୍ଧ ମେଡିକାଲକୁ ଅଧିକ ଆମ୍ବୁଲାନ୍ସ ଓ ମହାପ୍ରୟାଣ ଗାଡ଼ି ଦିଆଯିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।