Odisha Link
Bridging the Missing Links in Odisha

ଲାଞ୍ଚ ନନେବା ପାଇଁ ଶପଥ ଗ୍ରହଣ

ଭୁବନେଶ୍ୱର: ମୁଁ ଶପଥ କରି କହୁଛି କି ଲାଞ୍ଚ ନେବିନି କି କାହାକୁ ଲାଞ୍ଚ ଦେବିନି…..। ଏମିତି ଢଙ୍ଗରେ ସୋମବାର ପଞ୍ଚାୟତିରାଜ ଓ ଗଣଶିକ୍ଷା ବିଭାଗର କର୍ମଚାରୀମାନେ ଶପଥ ନେଇଛନ୍ତି।
ଲୋକସଭା ଭବନରେ ଛିଡ଼ା ହୋଇ ସମ୍ପୃକ୍ତ ବିଭାଗର କର୍ମଚାରୀମାନେ ଲାଞ୍ଚ ନନେବା ଓ ନଦେବାକୁ ଶପଥ ନେଇଛନ୍ତି । ବିଭାଗର ପ୍ରମୁଖ ସଚିବଙ୍କ ଠାରୁ ତଳିଆ କର୍ମଚାରୀ ପର୍ଯ୍ୟନ୍ତ ସମସ୍ତେ ଶପଥ ନେଇଛନ୍ତି।

ଭିଜିଲାନ୍ସ ସଚେତନତା ସପ୍ତାହ ପାଳନ ଅବସରରେ ସେମାନେ ଶପଥ ନେଇଛନ୍ତି । ଶପଥ ପତ୍ରରେ ଲାଞ୍ଚ ନନେବା ସହ ରହିଛି ଅନେକ ହଲପ। ସାଧାରଣ ଲୋକଙ୍କ ପାଇଁ କାମ କରିବା ଓ ସ୍ୱଚ୍ଛତା ରଖିବାକୁ ପାଇଁ କର୍ମଚାରୀମାନେ ଶପଥ ନେଇଛନ୍ତି। ତେବେ କଣ ପାଇଁ ଏମିତି ଶପଥ କରାଇବାକୁ ପଡ଼ିଲା ତାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି।

Comments are closed.