Odisha Link
Bridging the Missing Links in Odisha

କମିଶନ ଅଧ୍ୟକ୍ଷାଙ୍କ ଇସ୍ତଫା ଦାବି

ଭୁବନେଶ୍ୱର: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ହରିଦାଶପୁର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତୁ୍ୟ ମାମଲାକୁ ନେଇ ଧୀରେ ଧୀରେ ରାଜନୀତି ଜୋର ଧରୁଛି। ଏହି ଘଟଣାରେ ସରପଞ୍ଚଙ୍କ ସ୍ୱାମୀଙ୍କୁ ଗିରଫ କରାଯିବା ପରେ ମୃତକଙ୍କ ପ୍ରତି ଏସପିଙ୍କ ଅପମାନସୂଚକ ମନ୍ତବ୍ୟ ବିରୋଧରେ ବିଜେପି ପକ୍ଷରୁ ତାଙ୍କ ବିରୋଧରେ ଏତଲା ମଧ୍ୟ ଦିଆଯାଇଛି। ଏବେ ଏହି ଘଟଣାରେ ମହିଳା କମିଶନ ଅଧ୍ୟକ୍ଷାଙ୍କ ଇସ୍ତଫା ଦାବି କରାଯାଇଛି । ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଏଭଳି ଦାବି କରାଯାଇଛି। ଏନେଇ ମୋର୍ଚ୍ଚା ପକ୍ଷରୁ ତୋଷାଳୀ ଭବନସ୍ଥିତ ଅଧ୍ୟକ୍ଷାଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସ୍ମିତାରାଣୀଙ୍କୁ ନ୍ୟାୟ ଦେବାରେ ମହିଳା କମିଶନ ଅଧ୍ୟକ୍ଷ ପକ୍ଷପାତିତା କରିଥିବା ଆନେ୍ଦାଳନକାରୀମାନେ ଅଭିଯୋଗ କରିଛନ୍ତି। ଅଧ୍ୟକ୍ଷା ଅଭିଯୁକ୍ତଙ୍କ ହାତବାରିସି ସାଜିଥିବା ମଧ୍ୟ ସେମାନେ ଅଭିଯୋଗ କରିଛନ୍ତି।

Comments are closed.