Odisha Link
Bridging the Missing Links in Odisha

ସ୍କୁଲ ପାଖରେ ଆତଙ୍କବାଦୀ ଆକ୍ରମଣ

ପୁଲ୍‌ୱାମା: ଆତଙ୍କବାଦୀଙ୍କ ଟାର୍ଗେଟରେ ସ୍କୁଲ। ପ୍ରଥମେ ଫଳ ଦୋକାନୀ ଏବଂ ଟ୍ରକ୍‌ ଡ୍ରାଇଭରଙ୍କ ଉପରେ ଆକ୍ରମଣ ପରେ ଏବେ ଶିକ୍ଷାନୁଷ୍ଠାନ ନିକଟରେ ମଧ୍ୟ ଭୟର ବାତାବରଣ ସୃଷ୍ଟି କରିବାର ଅପପ୍ରୟାସ କରିଛନ୍ତି ଆତଙ୍କବାଦୀ ସଂଗଠନ। ମିଳିଥିବା ସୂଚନା ଅନୁଯାୟୀ ପୁଲ୍‌ୱାମା ଜିଲ୍ଲାର ଏକ ପରୀକ୍ଷା କେନ୍ଦ୍ରରେ ଦଶମ ଶ୍ରେଣୀ ପରୀକ୍ଷା ଚାଲୁଥିବା ସମୟରେ ଏଭଳି ଆକ୍ରମଣ ହୋଇଛି। ଏହି ଆତଙ୍କବାଦୀ ମାନେ ଭାରତୀୟ ସ୍ଥଳବାହିନୀ ଏବଂ ଅର୍ଦ୍ଧ ସାମରିକ ବାହିନୀ ଉପରକୁ ଅତର୍କିତ ଆକ୍ରମଣ କରିଥିଲେ। ଏହି ସୁରକ୍ଷାବହିନୀଙ୍କ କଡ଼ା ସୁରକ୍ଷା ମଧ୍ୟରେ ପରୀକ୍ଷା ଅନୁଷ୍ଠିତ ହେଉଥିଲା।

ପ୍ରାଥମିକ ସୂଚନା ଅନୁଯାୟୀ, ଭାରତୀୟ ସେନାର ଘନ ଘନ ପ୍ରତି ଆକ୍ରମଣରେ ଏହି ଆତଙ୍କବାଦୀ ଛତ୍ରଭଙ୍ଗ ଦେଇଥିଲେ। ଘଟଣାସ୍ଥଳରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି। ସୁରକ୍ଷା କର୍ମୀ ପୂରା ଅଞ୍ଚଳକୁ ଘେରାଉ କରି ଛାନ୍‌ଭିନ୍‌ ଜାରି ରଖିଛନ୍ତି।

Comments are closed.