ଭାରସାମ୍ୟ ହରାଇ ବନ୍ଧରୁ ଓଲଟିଲା ସ୍କୁଲ୍ ଭ୍ୟାନ୍

ସାନଖେମୁଣ୍ଡି: ଭାରସାମ୍ୟ ହରାଇ ଓଲଟି ପଡିଲା ସ୍କୁଲ ଭ୍ୟାନ୍। ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ। ଜଣେ ଛାତ୍ରୀ ଗୁରୁତର ହୋଇଛନ୍ତି। ତାଙ୍କୁ ବ୍ରହ୍ମପୁର ସିଟି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।
ସୂଚନା ଅନୁସାରେ, ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍ ଅନ୍ତର୍ଗତ କେ.ନୂଆଗାଁ ଥାନା ଅଞ୍ଚଳ ନୂଆପଡା ମାର୍ଗଦର୍ଶୀ ସ୍କୁଲ ପିଲା ଗାଡିରେ ଆସିବା ବେଳେ ଦୁର୍ଘଟଣା ଘଟିଛି। ସ୍କୁଲରୁ ସ୍କୁଲ ଭ୍ୟାନରେ ଯାଉଥିଲେ ଛାତ୍ରଛାତ୍ରୀ। ଭାରସାମ୍ୟ ହରାଇ ସ୍କୁଲ ଗାଡି ରାସ୍ତାକଡରେ ଥିବା ବନ୍ଧ ଉପରୁ ଓଲଟିପଡିଛି। ଫଳରେ ଅଳ୍ପକେ ବର୍ତ୍ତିଯାଇଛନ୍ତି ଛାତ୍ରଛାତ୍ରୀ।
ସ୍ଥାନୀୟ ଲୋକେ ଆହତ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଛନ୍ତି। ଜଣେ ୫ମ ଶ୍ରେଣୀ ଛାତ୍ରୀ ପାଣି ପିଇଯିବା ଫଳରେ ଗୁରୁତର ହୋଇଛନ୍ତି। ତାଙ୍କୁ ବ୍ରହ୍ମପୁର ସିଟି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।
Comments are closed.