Odisha Link
Bridging the Missing Links in Odisha

ନାରାୟଣପୁରରେ ଯବାନ-ଯବାନଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ, ୬ ଯବାନ ମୃତ

ଛତିଶଗଡ: ଛତିଶଗଡ ନାରାୟଣପୁର ଜିଲ୍ଲା କୋଡନାର ଆଇଟିବିପି କ୍ୟାମ୍ପରେ ଯବାନଙ୍କ ଉନ୍ମତକାଣ୍ଡ। ଏଥି ସହିତ ଯବାନଙ୍କ ମଧ୍ୟରେ ଆଖିବୁଜା ଗୁଳିମାଡରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ସହିତ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଆହତଙ୍କୁ ହେଲିକପ୍ଟର ଯୋଗେ ରାୟପୁର ସ୍ଥାନାନ୍ତର କରାଯାଇଛି।
ମିଳିଥିବା ସୂଚନା ଅନୁସାରେ ନାରାୟଣପୁର ଜିଲ୍ଲା କୋଡନାର ଆଇଟିବିପି କ୍ୟାମ୍ପରେ ଯବାନଙ୍କ ମଧ୍ୟରେ କୌଣସି ଘଟଣାକୁ କେନ୍ଦ୍ର କରି ବିବାଦ ଆରମ୍ଭ ହୋଇଥିଲା। ଆଜି ସକାଳେ ପାଖାପାଖି ୮.୪୫ ସମୟରେ କ୍ୟାମ୍ପରେ ଉପସ୍ଥିତ ଯବାନ ରହମାନ ଖାନ ନିଜ ବ୍ୟକ୍ତିଗତ ବନ୍ଧୁକରେ ଗୁଳି ଚାଳନା କରିବା ଆରମ୍ଭ କରିଦେଇଥିଲେ। ତାଙ୍କ ଗୁଳିଚାଳନାରେ ୬ ଜଣ ଯବାନଙ୍କ ମୃତ୍ୟୁ ହୋଇଥିବା ସହିତ, ୩ ଜଣ ଆହତ ହୋଇଥିଲେ। କିନ୍ତୁ ଚିକିତ୍ସା ସମୟରେ ଜଣଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟ ଦୁଇ ଜଣଙ୍କୁ ହେଲିକପ୍ଟର ଯୋଗେ ରାୟପୁର ସ୍ଥାନାନ୍ତର କରାଯାଇଛି।

Comments are closed.