ସେରାମିକ୍ ଫ୍ୟାକ୍ଟ୍ରି ବିସ୍ଫୋରଣରେ ୧୮ ଭାରତୀୟଙ୍କ ମୃତ୍ୟୁ

ଖାରାତୌମ୍ : ସୁଦାନର ଏକ ସେରାମିକ୍ ଫ୍ୟାକ୍ଟ୍ରିରେ ହୋଇଥିବା ବିସ୍ଫୋରଣରେ ୧୮ ଜଣ ଭାରତୀୟଙ୍କର ମୃତ୍ୟୁ ହୋଇଥିବା ଭାରତୀୟ ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି। ଏଥିରେ ୧୩୦ ଜଣ ଆହତ ହୋଇଛନ୍ତି। ତେବେ ମୋଟ ୨୩ ମୃତକଙ୍କ ମଧ୍ୟରୁ ୧୮ ଜଣ ଭାରତୀୟ ବୋଲି କୁହାଯାଇଛି।
ଗତକାଲି ରାଜଧାନୀ ଖାରାତୌମ୍ଠାରେ ଘଟିଥିବା ଏହି ଘଟଣାରେ ସୀଲା ସେରାମିକ୍ ନାମକ ଏକ ଫ୍ୟାକ୍ଟ୍ରିରେ ଏହି ଅଘଟଣ ଘଟିଥିଲା। ଏଥିରେ ୧୬ ଜଣ ଭାରତୀୟ ନିଖୋଜ ହୋଇଥିବା ନେଇ ପ୍ରଥମେ ସୂଚନା ମିଳିଥିଲା। ଯଦିଓ ବିଧିବଦ୍ଧ ଘୋଷଣା ହୋଇନି ତଥାପି ବର୍ତ୍ତମାନ ଯାଏ ୧୮ ଜଣ ଭାରତୀୟ ଏଥିରେ ପ୍ରାଣ ହରାଇଥିବା ଜଣା ପଡ଼ିଛି। ଏହି ସମ୍ପର୍କରେ କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ମଧ୍ୟ ସୂଚନା ଦେଇଛନ୍ତି।