Odisha Link
Bridging the Missing Links in Odisha

ହୋଟେଲ ମାଲିକାଣୀ ହେଲେ ଦୌଡ଼ରାଣୀ ଦୂତି

ଭୁବନେଶ୍ବର : ଭାରତ ସହ ସାରା ବିଶ୍ବରେ ଦୌଡ଼କୁଦ ପାଇଁ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଦୌଡ଼ରାଣୀ ଦୂତି ଚାନ୍ଦ୍ ଏବେ ବ୍ୟବସାୟ ଜଗତରେ ପାଦ ରଖିଛନ୍ତି। ନିକଟରେ ରାଜଧାନୀ ଭୁବନେଶ୍ବରରେ ଦୁଇଟି ହୋଟେଲ ଖୋଲିଛନ୍ତି ଦୂତି। ଓଡ଼ିଶାରେ ଆସନ୍ତା ଦୁଇ ତିନି ବର୍ଷ ଭିତରେ ୧୦୦ ହୋଟେଲ ଖୋଲିବାକୁ ଲକ୍ଷ୍ୟ ରଖିଛନ୍ତି ସେ। ପ୍ରଥମ ପର୍ଯ୍ୟାୟରେ କଟକ-ଭୁବନେଶ୍ବରରେ ନିଜର ବ୍ୟାବସାୟ ଆରମ୍ଭ କରିଛନ୍ତି ଦୂତି । ତାଙ୍କ ହୋଟେଲର ନାଁ ‘ଡିଟି ଡିଲାଇଟ୍ସ’ ରଖା ଯାଇଥିବା ବେଳେ ବର୍ତ୍ତମାନ ଏହି ନାଁରେ ରାଜଧାନୀ ଭୁବନେଶ୍ବରର ଶୈଳଶ୍ରୀ ବିହାର ଏବଂ ଏମ୍ସ ନିକଟରେ ଦୁଇଟି ହୋଟେଲ ଖୋଲାଯାଇଛି ।

୧୦ ବର୍ଷୀୟା ଲିଜ୍ ଚୁକ୍ତି ସହ ଏହି ହୋଟେଲ୍‌ ‘ଓୟୋ’ ରୁମ୍ ବୁକିଂ ଆପ୍ ସହ ଟାଏଅପ୍ କରିଛି। ବ୍ୟବସାୟ ମଧ୍ୟ ଭଲ ହେଉଛି। ଏଥିନେଇ ଦୂତି ଏବଂ ତାଙ୍କ ବ୍ୟାବସାୟିକ ସହଯୋଗୀ ସରୋଜ କୁମାର ମିଶ୍ର ବେଶ୍ ଉତ୍ସାହିତ ଅଛନ୍ତି। ନୂଆ କର୍ମଭୂମିକୁ ନେଇ ଉଲ୍ଲସିତ ଦୂତି ନିଜ ବ୍ୟାବସାୟିକ ଅଭିଜ୍ଞତା ବିଷୟରେ ବର୍ଣ୍ଣନା କରିବାକୁ ଯାଇ କହିଛନ୍ତି ଯେ ଆମ ହୋଟେଲ ଖୋଲିବାର ମାତ୍ର ଚାରି ପାଞ୍ଚ ଦିନ ପର୍ଯ୍ୟନ୍ତ ରୁମ୍ ଖାଲି ରହୁଥିଲା। ଏବେ କିନ୍ତୁ ଏବେ ରୁମ୍ ସଂଖ୍ୟାକୁ ବୁକିଂ ବଳି ଯାଉଛି।

ଦୂତି ହୋଟେଲ ଖୋଲିବାର ମୂଳ ଲକ୍ଷ୍ୟ ହେଲା ଓଡ଼ିଶାର ବେକାର ଯୁବକ ଯୁବତୀଙ୍କୁ କର୍ମସଂସ୍ଥାନ ଯୋଗାଇବା। ଏଥିନେଇ ସେ କହିଛନ୍ତି ଯେ ସଂପ୍ରତି ମୋ ହୋଟେଲରେ ଆମ ଅଞ୍ଚଳର ୧୦ରୁ ଅଧିକ ଯୁବକ ଯୁବତୀ ନିଯୁକ୍ତି ପାଇଛନ୍ତି। ହୋଟେଲ ସଂଖ୍ୟା ଯେତେ ଯେତେ ବଢ଼ିବ ଏହି ସଂଖ୍ୟା ମଧ୍ୟ ସେହି ଅନୁପାତରେ ବୃଦ୍ଧି ପାଇବ। ପ୍ରାଥମିକ ଭାବେ ମୁଁ ପାଇଥିବା ପୁରସ୍କାର ରାଶିକୁ ଏହି ବ୍ୟବସାୟରେ ବିନିଯୋଗ କରିଛି। ୧୦୦ ହୋଟେଲ ସହ ଆଗକୁ ମୁଁ ଏକ ଅଲିମ୍ପିକ୍ସ ସ୍ତରୀୟ ପଞ୍ଚ ତାରକା ହୋଟେଲ ଖୋଲିବାକୁ ମଧ୍ୟ ଲକ୍ଷ୍ୟ ରଖିଛି।

Comments are closed.