Odisha Link
Bridging the Missing Links in Odisha

ବସ୍‌ ଓଲଟି ୧୧ ଆହାତ

ବୌଦ୍ଧ: ବୌଦ୍ଧ ଜିଲ୍ଲା ୫୭ ନମ୍ବର ଜାତୀୟ ରାଜପଥର ଜହ୍ନପଙ୍ଗ ଛକ ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ବସ ଗଛକୁ ଧକ୍କାଦେଇ ଓଲଟି ପଡ଼ିଛି।

ମିଳିଥିବା ସୂଚନା ଅନୁସାରେ ଚକାଡୋଳା ନାମକ ଏକ ଘରୋଇ ବସ ଜୟପୁରରୁ ଭୁବନେଶ୍ବରକୁ ଆସୁଥିଲା। କୌଣସି କାରଣରୁ ବସଟି ଭାରସାମ୍ୟ ହରାଇ ୫୭ ନମ୍ବର ଜାତୀୟ ରାଜପଥର ଜହ୍ନପଙ୍ଗ ଛକ ନିକଟରେ ଏକ ଗଛକୁ ଧକ୍କା ଦେଇ ଓଲଟି ପଡ଼ିଥିଲା। ଏହି ଦୁର୍ଘଟଣାରେ ୧୧ ଜଣ ଆହତ ହୋଇଥିବାବେଳେ ସେମନଙ୍କ ମଧ୍ୟରୁ ୪ଜଣଙ୍କ ଅବସ୍ଥା ଗୁରୁତରଥିବା ଜଣାପଡ଼ିଛି। ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

Comments are closed.