Odisha Link
Bridging the Missing Links in Odisha

ବାରବାଟୀ ଦିନିକିଆ: କେତେବେଳେ ଆରମ୍ଭ ହେବ ଖେଳ?

ଭୁବନେଶ୍ୱର: ଆଜି କଟକ ବାରବାଟୀରେ ସିରିଜ ବିଜୟ ଲକ୍ଷ୍ୟ ନେଇ ଓହ୍ଲାଇବେ ଉଭୟ ଭାରତ ଓ ଓ୍ବେଷ୍ଟଇଣ୍ଡିଜ୍ ଦଳ। ଫଳରେ ବାରବାଟୀରେ ଖେଳପ୍ରେମୀ ଦେଖିବାକୁ ପାଇବେ ହାଇଭୋଲଟେଜ ମ୍ୟାଚ୍। ଏଥିସହିତ ବହୁଦିନର ବ୍ୟବଧାନ ପରେ ଓଡ଼ିଶାରେ କ୍ରିକେଟ ମ୍ୟାଚ ହେଉଥିବାରୁ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ। ହେଲେ ଏହାରି ମଧ୍ୟରେ ବାରବାଟୀ ଦିନିକିଆ ମ୍ୟାଚ୍ ଆରମ୍ଭକୁ ନେଇ ଦ୍ବନ୍ଦ ଦେଖାଯାଇଛି। କାରଣ ବିସିସିଆଇ ୱେବସାଇଟ୍‌ରେ ମ୍ୟାଚ୍‌ ଆରମ୍ଭ ସମୟ ଏବଂ ଟିକେଟ୍‌ରେ ମ୍ୟାଚ୍‌ ଆରମ୍ଭ ସମୟ ଅଲଗା ଅଲଗା ରହିଛି।

ଦର୍ଶକଙ୍କୁ ହସ୍ତଗତ ହୋଇଥିବା ଏଭଳି ଏକ ଟିକେଟ୍‌ରେ ଲେଖାଯାଇଛି ମ୍ୟାଚ୍‌ ୨ଟାବେଳେ ଆରମ୍ଭ ହେବ। ଟିକେଟ୍‌ରେ ଦୁଇଟି ସ୍ଥାନରେ ଏହା ଉଲ୍ଲେଖ କରାଯାଇଛି। କିନ୍ତୁ ବିସିସିଆଇର ୱେବ୍‌ସାଇଟ୍‌ରେ ଏହା ୧୩.୩୦ ବା ଅପରାହ୍ଣ ୧.୩୦ ବୋଲି ଉଲ୍ଲେଖ ରହିଛି।

ତେବେ ବର୍ତ୍ତମାନ କଟକ ମ୍ୟାଚ୍‌ରେ ସମୟ ପରିବର୍ତ୍ତନ ଜାଣି କରି ବା ଆବଶ୍ୟକତା ଦୃଷ୍ଟିରୁ କରାଯାଇଛି ନା ଭୁଲରେ ହୋଇଯାଇଛି ସେଥିନେଇ ଏଯାଏଁ ସ୍ପଷ୍ଟ ସୂଚନା ମିଳିପାରିନାହିଁ। ଯଦି ଭୁଲରେ ୨ଟା ବୋଲି ଉଲ୍ଲେଖ କରାଯାଇଥିବ ତେବେ କ୍ରୀଡ଼ାପ୍ରେମୀ ଷ୍ଟାଡିଅମ୍‌ରେ ପହଞ୍ଚିବାବେଳକୁ ମ୍ୟାଚ୍‌ ଆରମ୍ଭ ହୋଇସାରିଥିବ।

Comments are closed.