Odisha Link
Bridging the Missing Links in Odisha

୧୩ବର୍ଷ ହେବ ଜିତିନି ୱେଷ୍ଟଇଣ୍ଡିଜ୍‌

କଟକ: ଆଜି କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଭାରତ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଅନ୍ତିମ ମ୍ୟାଚ୍। ଏଥିସହିତ ସିରିଜ ୧- ୧ରେ ଥିବାରୁ ଉଭୟ ଦଳ ଟାଇଟଲ ହାତେଇବା ପାଇଁ ଆଜି ଅନ୍ତିମ ମ୍ୟାଚ ଖେଳିବେ। ଫଳରେ କ୍ରିକେଟ ପ୍ରେମୀ ଆଜି କଟକରେ ସୁପର ସଣ୍ଡେ ମୁକାବିଲା ଦେଖିବେ। ମ୍ୟାଚ ଆକଳନ ତୁଳନା ଅନୁସାରେ ଭାରତୀୟ ଦଳ ଦୃଢ଼ ସ୍ଥିତିରେ ଅଛି। ଅନ୍ୟପଟେ ଓ୍ବେଷ୍ଟଇଣ୍ଡିଜ ସିରିଜ ହାତେଇବା ନେଇ କରିଛି ଜୋରଦାର ପ୍ରସ୍ତୁତି।

ଅନ୍ୟପକ୍ଷରେ ଭ୍ରମଣକାରୀ ୱେଷ୍ଟଇଣ୍ଡିଜ୍ ଟିମ୍ ୧୩ ବର୍ଷ ହେବ ଭାରତରେ କୌଣସି ଦ୍ୱିପାକ୍ଷିକ ସିରିଜ୍ ଜିତି ନାହିଁ। ତେଣୁ ୱେଷ୍ଟଇଣ୍ଡିଜ୍ ଟିମ୍ ଏହି ଦୀର୍ଘଦିନର ବ୍ୟବଧାନର ଅନ୍ତ ଘଟାଇବାକୁ ଚାହିଁବ। ଟିମ୍ ପାଇଁ ବୋଲିଂ ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଛି। ଶେଲଡନ୍ କଟ୍ଟରେଲଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ବୋଲରଙ୍କ ପାଖରେ ନିରନ୍ତରତା ଦେଖିବାକୁ ମିଳିନାହିଁ। ଭାରତର ଶକ୍ତିଶାଳୀ ବ୍ୟାଟିଂଲାଇନକୁ ରୋକିବାକୁ ହେଲେ ଟିମର ବୋଲିଂ ଆଟାକକୁ ମଜଭୁତ୍ କରିବାକୁ ପଡ଼ିବ।

ତେବେ ଭ୍ରମଣକାରୀ ଟିମର ବ୍ୟାଟିଂଲାଇନ୍ ଏବେ ବହୁତ ଦମଦାର ରହିଛି। ବିଶେଷକରି ଯୁବ ବ୍ୟାଟ୍ସମ୍ୟାନ୍ ଶାଇ ହୋପ୍‌, ଶିମରନ୍ ହେଟମେୟର୍ ଓ ନିକୋଲାସ ପୁରନଙ୍କ ଉପସ୍ଥିତି ଟିମକୁ ଏକ ନୂଆ ଊର୍ଜ୍ଜା ଦେଇଛି। ଆଇପିଏଲ୍ ନିଲାମୀରେ ଦିଲ୍ଲୀ କ୍ୟାପିଟାଲ୍ସ ହେଟମେୟରଙ୍କୁ ୭.୭୫ କୋଟି ଟଙ୍କାର କିଣିଛି। ତାଙ୍କ ସାଥୀ ଖେଳାଳି କଟ୍ଟରେଲଙ୍କୁ କିଙ୍ଗସ୍ ଇଲେଭେନ୍ ପଞ୍ଜାବ ୮.୫ କୋଟି ଟଙ୍କାରେ କିଣିଛି। ଆଇପିଏଲରେ ମୋଟା ଅଙ୍କରେ ନିଲାମ ହେବା ପରେ ଦୁଇ ଇଣ୍ଡିଜ୍ ଖେଳାଳିଙ୍କ ମନୋବଳ ନିଶ୍ଚିତ ବୃଦ୍ଧି ପାଇଛି।

Comments are closed.