Odisha Link
Bridging the Missing Links in Odisha

ବାରବାଟୀ ଦିନିକିଆ: ନିର୍ଣ୍ଣାୟକ ମ୍ୟାଚରେ ଟସ୍‌ ଜିତିଲା ଭାରତ, ପ୍ରଥମେ ବ୍ୟାଟିଂ କରିବ ଓ୍ବେଷ୍ଟଇଣ୍ଡିଜ

କଟକ: ସିରିଜର ନିର୍ଣ୍ଣାୟକ ମ୍ୟାଚରେ ଟସ୍‌ ଜିତିଲା ଟିମ୍‌ ଇଣ୍ଡିଆ। ଟସ୍‌ ଜିତି ପ୍ରଥମେ ବୋଲିଂ କରିବାରର ନିଷ୍ପତ୍ତି ନେଇଛି ବିରାଟ ବାହିନୀ। ଫଳରେ ପ୍ରଥମେ ବ୍ୟାଟିଂ କରିବ ପୋଲାର୍ଡ ବାହାନୀ। ଏଥିସହିତ ଟିମ ଇଣ୍ଡିଆର ଯୁବ ପେସ୍‌ ବୋଲର ନଭଦୀପ ସାଇନି ଦିନିକିଆ କ୍ରିକେଟରେ ଡେବ୍ୟୁ କଲେ। ସେ ଆହତ ଖେଳାଳୀ ଦୀପକ ଚାହରଙ୍କ ସ୍ଥାନରେ ଖେଳିବେ।

ଅନ୍ୟପଟେ ଓ୍ବେଷ୍ଟଇଣ୍ଡିଜ ଦଳ ଅପରିବର୍ତ୍ତିତ ଦଳ ନେଇ ଆଜି ପଡ଼ିଆକୁ ଓହ୍ଲାଇଛି। ତେବେ ତିନି ଟିକିଆ ମ୍ୟାଚରେ ୧-୧ରେ ବରାବର ଅଛନ୍ତି ଦୁଇ ଦଳ । ତେଣୁ ଟବାରବାଟୀ ମ୍ୟାଚ ଉଭୟଙ୍କ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ରହିଛି ।

Comments are closed.