Odisha Link
Bridging the Missing Links in Odisha

ଆପଣମାନେ ମୋଦିର କୁଶପୁତ୍ତଳିକା ଜାଳନ୍ତୁ ହେଲେ ଦେଶର ସମ୍ପତ୍ତି ନୁହେଁ: ମୋଦି

ନୂଆଦିଲ୍ଳୀ: ଦିଲ୍ଲୀରେ ବିଜେପିର ମହାରାଲି। ଦେଶରେ ଗୋଟିଏ ପଟେ ନାଗରିକତା ସଂଶୋଧନ ଆଇନକୁ ନେଇ ପ୍ରତିବାଦ ରାଲି ଲାଗି ରହିଥିଲା ବେଳେ ରାମଲୀଳା ମୈଦାନରେ ବିଜେପି ଆୟୋଜିତ କରିଛି ‘ଧନ୍ୟବାଦ ମୋଦି ସମାବଶ’। ଏଥିରେ ଦିଲ୍ଲୀ ବିଜେପିର ବରିଷ୍ଠ ନେତାଙ୍କ ସହ କେନ୍ଦ୍ରୀୟ ନେତା ଓ ବିଜେପିର ପଦାଧିକାରୀମାନେ ସାମିଲ ହୋଇଛନ୍ତି।

ଏଥିସହିତ ଏହି ସମାବେଶରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସମାବେଶରେ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଦେଶରେ ଲାଗି ରହିଥିବା ପରିସ୍ଥିତିକୁ ନେଇ କହିଛନ୍ତି ଯେ, ଦେଶରେ କୁଶପୁତ୍ତଳିକା ଜାଳନ୍ତୁ, ଜୋତା ମାଡ଼ କରନ୍ତୁ। ହେଲେ ବିକ୍ଷୋଭ ସମୟରେ ଦେଶର ସମ୍ପତ୍ତିକୁ ଜଳାନ୍ତୁ ନାହିଁ।

ଏଥିସହିତ ସେ କହିଛନ୍ତି ଯେ, ନୂଆ ସକାଳ ଆଣିବା ପାଇଁ ବିଜେପିକୁ ସୁଯୋଗ ମିଳିଛି। ପୂର୍ବରୁ ସାଧାରଣ ଜନତାଙ୍କ ଘର ପାଇଁ ବିଭିନ୍ନ ପ୍ରକାର ବାଧା ସୃଷ୍ଟି କରାଯାଉଥିଲା। ହେଲେ ପ୍ରଧାନମନ୍ତ୍ରୀ ଉଦୟ ଯୋଜନାରେ ଲୋକଙ୍କୁ ଘର ଅଧିକାର ମିଳିଛି। ନିର୍ବାଚନ ଆସିଲେ ଲୋକଙ୍କୁ ପ୍ରତିଶ୍ରୁତି ଦିଆଯାଉଥିଲା, ଆଉ ସେହି ପ୍ରତିଶ୍ରୁତିକୁ କାର୍ଯ୍ୟକାରୀ କରିବାକୁ ଟାଳଟୁଳ ନୀତି ଅବଲମ୍ବନ କରାଯାଉଥିଲା। ହେଲେ ଅବୈଧ କଲୋନୀର ବିକାଶ କାମ ବିଜେପି ହାତକୁ ନେଇଥିବା କହିଛନ୍ତି ନରେନ୍ଦ୍ର ମୋଦି।

୨୦୨୦ରେ ହେବାକୁ ଥିବା ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଏହି ରାଲିରେ ବିଗୁଲ ଫୁଙ୍କିଛି ବିଜେପି। ଦିଲ୍ଲୀରେ ଅବୈଧ ଭାବେ ଗଢି ଉଠିଥିବା ୧୭ଶହ ୩୪ କଲୋନିକୁ ନିୟମିତ କରାଯାଇଛି । ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇବା ଉଦ୍ଦେଶ୍ୟରେ ଏହି ରାଲିର ଆୟୋଜନ କରିଛି ବିଜେପି।

Comments are closed.