Odisha Link
Bridging the Missing Links in Odisha

ହୀରାକୁଦରେ ଚାଲିଛି ପକ୍ଷୀଗଣନା

ସମ୍ବଲପୁର: ଆଜିଠାରୁ ହୀରାକୁଦରେ ଆରମ୍ଭ ହୋଇଛି ପକ୍ଷୀଗଣନା । ୩ଟି ଡିଭିଜିନରେ ଏହି ଗଣନା ଆରମ୍ଭ ହୋଇଛି । ଜଳଭଣ୍ଡାରର ହୀରାକୁଦ, ଝାରୁସୁଗୁଡା ଓ ସମ୍ବଲପୁର ଡିଭିଜନରେ ଏଥିପାଇଁ ୭୨ ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ମୋଟ ୨୧ଟି ସେକ୍ଟରରେ ଏହି ପକ୍ଷୀଗଣନା ଚାଲିଛି ।


ପ୍ରତି ସେକ୍ଟରରେ ଜଣେ ଲେଖାଁଏ ବିଶେଷଜ୍ଞ, କର୍ମଚାରୀ, ଉତ୍କଳ ବିଶ୍ୱବିଦ୍ୟାଳୟର ଛାତ୍ର, ଏନଜିଓ କର୍ମଚାରୀ ସାମିଲ ହୋଇଛନ୍ତି । ଏହି ପକ୍ଷୀଗଣନା ସକାଳ ୬ଟାରୁ ଆରମ୍ଭ ହୋଇ ଦିନ ୧୧ଟା ଯାଏଁ ଚାଲିବ। ଏଥର ଜଳଭଣ୍ଡାରରେ ପାଣି ପର୍ଯ୍ୟାପ୍ତ ଥିବାରୁ ପକ୍ଷୀ ସଂଖ୍ୟା ବଢିବା ଆଶା କରାଯାଉଛି ।

Comments are closed.