Odisha Link
Bridging the Missing Links in Odisha

ବାଇକ୍‍କୁ ଧକ୍କା ଦେଇ ଓଲଟିଲା ବସ

ବଲାଙ୍ଗୀର : ବଲାଙ୍ଗୀର– ସୋନପୁର ଜାତୀୟ ରାଜପଥ ପୁଇଁତଲା ଥାନା ନିକଟରେ ମଙ୍ଗଳବାର ଏକ ବସ ବାଇକ୍‍କୁ ଧକ୍କା ଦେବାରୁ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ପରିଚୟ ମିଳିପାରି ନାହିଁ। ଉକ୍ତ ବାଇକକୁ ଧକ୍କା ଦେବା ପରେ ବସଟି ଓଲଟି ପଡ଼ିବାରୁ ବସରେ ଥିବା ୧୨ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ବଲାଙ୍ଗୀର ଭୀମଭୋଇ ମେଡ଼ିକାଲ କଲେଜରେ ଭର୍ତ୍ତି କରାଯାଇଛି।
ମିଳିଥିବା ସୂଚନା ଅନୁସାରେ ଚକାଡୋଳା ନାମକ ଏକ ବସ ସୋନପୁରରୁ ବଲାଙ୍ଗୀର ଆସୁଥିଲା। ସେହି ସମୟରେ ବଲାଙ୍ଗୀରରୁ ସୋନପୁର ଅଭିକୁଖେ ଯାଉଥିବା ଉକ୍ତ ବାଇକକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ବାଇକ ଅରୋହୀଙ୍କ ମୃତ୍ୟୁ ହୋଇଥିଲା।

Comments are closed.