ଶିକ୍ଷକଙ୍କ ଆତ୍ମହତ୍ୟା ଉଦ୍ୟମ ବେଳେ ଛିଣ୍ଡିଲା ରଶି

କଲ୍ୟାଣସିଂହପୁର: ରଶି ଲଗାଇ ଶିକ୍ଷକ ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିବାବେଳେ ସିଲିଂରୁ ଖସି ତାଙ୍କର ମୃତ୍ୟୁ ହୋଇଛି। କାଶୀପୁର ବ୍ଲକ ଟିକିରି ଅଞ୍ଚଳରେ ଶିକ୍ଷକଙ୍କ ଶୋଚନୀୟ ମୃତ୍ୟୁ ହୋଇଛି। ସମ୍ପୃକ୍ତ ଶିକ୍ଷକ ଘରର ସିଲିଂ ଲୁହା ରଡରେ ରଶି ଲଗାଇ ଆତ୍ମହତ୍ୟା କରିବାକୁ ପ୍ରୟାସ କରୁଥିଲେ। ତେବେ ଆତ୍ମହତ୍ୟା ଉଦ୍ୟମ ବେଳେ ରଶି ଛିଣ୍ଡି ଯିବାରୁ ସେ ତଳେ ପଡ଼ି ମୃତ୍ୟୁବରଣ କରିଛନ୍ତି। ମୃତ ଶିକ୍ଷକଙ୍କ ଘର ବାଲେଶ୍ୱର ଜିଲ୍ଲା ସୋର ଥାନା ଅଞ୍ଚଳରେ ବୋଲି ଜଣାଯାଇଛି। ସେ ଟିକିରି ମାଙ୍କଡ଼ାଝୋଲା ୟୁପି ସ୍କୁଲରେ ଶିକ୍ଷକତା କରୁଥିଲେ। ତେବେ ସେ କାହିଁକି ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିଲେ ସେ ନେଇ କିଛି ଜଣାପଡ଼ିନଥିବାବେଳେ ପୁଲି ଶବ ଜବତ କରି ଘଟଣାର ତଦନ୍ତ କରୁଛି।