Odisha Link
Bridging the Missing Links in Odisha

କୋର୍ଟରେ ହାଜର ହେଲେ ପୁଞ୍ଜିଲାଲ

ବଲାଙ୍ଗିର: ଚାରି ଦିନ ପାଇଁ ଜାମିନ୍‌ରେ ଆସିଥିବା ପାଟଣାଗଡ଼ ବୋମା ବିସ୍ଫୋରଣର ମୁଖ୍ୟ ଖଳନାୟକ ପୁଞ୍ଜିଲାଲ ମେହେର ଆଜି ଏଡିଜେ କୋର୍ଟରେ ହାଜର ହୋଇଛନ୍ତି। କୋର୍ଟରେ ହାଜର ପରେ ବଲାଙ୍ଗିର ଜେଲକୁ ଫେରିବେ ପୁଞ୍ଜିଲାଲ୍।

ସୂଚନାଯୋଗ୍ୟ ଯେ, ପୁଞ୍ଜିଲାଲ ନିଜର ମା’ଙ୍କ ଶୁଦ୍ଧିକ୍ରିୟା ପାଇଁ ତାଙ୍କୁ ହାଇକୋର୍ଟ ମାତ୍ର ୪ ଦିନି ଜାମିନ ପ୍ରଦାନ କରିଥିଲେ। ତେବେ ଏଥିପାଇଁ କୋର୍ଟ କଡ଼ା ସର୍ତ୍ତ ବି ରଖିଥିଲେ।
ଜାମିନ୍ ଅବଧି ସମୟରେ ଗଣମାଧ୍ୟମ ପ୍ରତିନିଧୀଙ୍କୁ ଭେଟି ପାରିବେନି ପୁଞ୍ଜିଲାଲ୍‌। ସାକ୍ଷ୍ୟ କିମ୍ବା ପ୍ରମାଣକୁ ନଷ୍ଟ କରିବାକୁ କିମ୍ବା କୌଣସି କ୍ଷତି ପହଞ୍ଚାଇବାକୁ ସେ ଚେଷ୍ଟା କରିବେ ନାହିଁ। ବାହାରକୁ ଗଲେ ସ୍ଥାନୀୟ ଥାନାଧିକାରୀଙ୍କୁ ଜଣାଇବାକୁ ସେ ବାଧ୍ୟ। ସେହିପରି ଜାମିନ ସମୟରେ ପୁଞ୍ଜିଲାଲ୍‌ଙ୍କ ଉପରେ ଥାନା ଅଧିକାରୀ ମଧ୍ୟ ନଜର ରଖିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଗତ ୧୨ ତାରିଖରେ ପୁଞ୍ଜିଲାଲ୍‌ ତାଙ୍କ ମା’ଙ୍କ ଶେଷକୃତ୍ୟ ପାଇଁ ଦିନିକିଆ ପାରୋଲ୍‌ରେ ଆସିଥିଲେ।

Comments are closed.