Odisha Link
Bridging the Missing Links in Odisha

ନଦୀ ଜଳ, ଓବିସି ପ୍ରସଙ୍ଗ ଉଠିବ: ବିଜେଡି

ଭୁବନେଶ୍ୱର: ସଂସଦର ବଜେଟ ଅଧିବେଶନ ପୂର୍ବରୁ ଆଜି ବିଜେଡିର ସଂସଦୀୟ ଦଳ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଲୋକସଭାରେ ବିଜେଡିର ସଂସଦୀୟ ନେତା ପିନାକୀ ମିଶ୍ର ନିଜ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ବିଜେଡି ନାଗରିତକା ସଂଶୋଧନ ଆଇନକୁ ସମର୍ଥନ କରୁଛି। କିନ୍ତୁ ଏନଆରସିକୁ ସମର୍ଥନ କରୁନାହିଁ । ଏକଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିସାରିଛନ୍ତି। ଏନପିଆରରେ କିଛି ସଂଶୋଧନ ଚାହିଁଥିଲୁ। ଏନେଇ କେନ୍ଦ୍ର ସରକାର ରାଜି ହୋଇଛନ୍ତି। ଜନଗଣନାରେ ଏସସି/ଏସଟି ସହ ଓବିସି ଗଣନା ପାଇଁ କଲମ ରଖିବାକୁ ଦାବି କରାଯିବ। ସେହିପରି ରେଲୱେର ବାକି ଥିବା ପ୍ରକଳ୍ପ କାମକୁ ଆଗେଇ ନେବାକୁ ଦାବି କରିବୁ। କ୍ଲିନ ଏନର୍ଜି ସେସ, କୋଇଲା ରୋୟାଲଟି ଓ ଜିଏସଟି ବକେୟା ପ୍ରଦାନ ନେଇ ଦାବି କରିବୁ। ପୋଲାଭୋରମ ଓ ମହାନଦୀ ନଦୀ ଜଳ ବିବାଦ ପ୍ରସଙ୍ଗକୁ ଗୃହରେ ଉଠାଇବୁ। ବିଧାନପରିଷଦ ପାଇଁ ଆମକୁ ପ୍ରତିଶ୍ରୁତି ମିଳିଛି। ସର୍ବଦଳ ସମର୍ଥନରେ ପ୍ରସ୍ତାବ ପାରିତ ହୋଇଛି। ଏନେଇ କେନ୍ଦ୍ରରୁ ପ୍ରତିଶ୍ରୁତି ମିଳିଛି। ସାଂସଦ ବିଧାୟକଙ୍କ ମଧ୍ୟରେ ସମନ୍ୱୟ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସାଂସଦଙ୍କୁ ସେମାନଙ୍କ ପ୍ରଦର୍ଶନ ନେଇ ୨ ମାସିଆ ରିପୋର୍ଟ କାର୍ଡ ନିର୍ଦ୍ଦେଶ ଦେଇଥିବା ପିନାକୀ ମିଶ୍ର କହିଛନ୍ତି ।

Comments are closed.