Odisha Link
Bridging the Missing Links in Odisha

ଘାଟିରୁ ଓଲଟିଲା ବସ୍ : ୭ ମୃତ, ୪୦ରୁ ଅଧିକ ଆହତ

ବ୍ରହ୍ମପୁର : ଗଜପତି ଜିଲ୍ଲା ତପ୍ତପାଣି ଘାଟି ନିକଟରେ ଓଲଟିଲା ବସ୍। ଦୁର୍ଘଟଣାରେ ୭ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ମିଳିଥିବା ସୂଚନା ଅନୁସାରେ, ରାୟଗଡାରୁ ବ୍ରହ୍ମପୁର ଅଭିମୁଖେ ଆସୁଥିବା ମାରୁତି ନାମକ ବସ୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି ଆଜି ଭୋର ପ୍ରାୟ ୩ଟା ସମୟେ ତପ୍ତପାଣି ଘାଟି ଦେଉ ଆସୁଥିବାବେଳେ ପାଳୁଖୋଳା ପାଖରେ ଘନ କୁହୁଡି ଆସ୍ତରଣ ଯୋଗୁଁ ଘାଟିରୁ ତଳକୁ ଖସିପଡିଛି। ଦୁର୍ଘଟଣାରେ ୭ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଅଧିକ ଆହତ ହୋଇଛନ୍ତି। ବସ୍ ତଳେ ଆଉ କିଛି ଯାତ୍ରୀ ଫସିରହିଥିବା ଆଶଙ୍କା କରାଯାଉଛି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ମୃତ୍ୟୁ ସଂଖ୍ୟା ଆହୁରି ବଢିବା ନେଇ ଆଶଙ୍କା ରହିଛି।

ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ସହାୟତାରେ ପାଟପୁର ପୋଲିସ ଓ ସାନଖେମୁଣ୍ଡି ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର ୪ଟି ଗାଡି ସହ ୪୦ରୁ ଉର୍ଦ୍ଧ୍ବ ଅଫିସର ଉଦ୍ଧାର କାର୍ଯ୍ୟରେ ସାମିଲ ଅଛନ୍ତି । ଆହତମାନଙ୍କୁ ଉଦ୍ଧାର କରାଯାଇ ସାନଖେମୁଣ୍ଡି ଓ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରାଯାଉଛି।ବସ୍‌ରୁ ଯାତ୍ରୀଙ୍କୁ ଉଦ୍ଧାକ କରିବା ସହ ଦିଗପହଣ୍ଡି ମେଡିକାଲକୁ ସ୍ଥାନାନ୍ତର କରାଯାଉଛି। ଗୁରୁତରଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଉଛି। ମୃତ୍ୟୁସଂଖ୍ୟା ଆହୁରି ବଢିବା ଆଶଙ୍କା ରହିଛି। ତେବେ ବସ୍‌ ଓଲଟିବାର ସଠିକ୍ କାରଣ ଜଣାପଡିନାହିଁ । ଘଟଣାସ୍ଥଳରେ ତଦନ୍ତ କରୁଛି ପୋଲିସ।

Comments are closed.