Odisha Link
Bridging the Missing Links in Odisha

କୁହୁଡି ପାଇଁ ଦୁର୍ଘଟଣା ଘଟିଛି, ସ୍ବତନ୍ତ୍ର ଟିମ୍‌ ଦ୍ବାରା ତଦନ୍ତ ହେବ: ମନ୍ତ୍ରୀ

ଭୁବନେଶ୍ବର: ଗଞ୍ଜାମ ତପ୍ତପାଣି ଘାଟିରେ ବସ୍ ଦୁର୍ଘଟଣାର ତଦନ୍ତ ହେବ। ଗାଡ଼ି କେତେ ବେଗରେ ସେ ନେଇ ତଦନ୍ତ ହେବ। କୁହୁଡି଼ ଓ ବ୍ରେକ୍ ଫେଲ ପାଇଁ ଏପରି ଦୁର୍ଘଟଣା ଘଟିଛି। ବସ୍ ଦୁର୍ଘଟଣା ନେଇ ପ୍ରତିକ୍ରିୟା ରଖିଲେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ଗ୍ୟାସ କଟର ସାହାଯ୍ୟରେ ଉଦ୍ଧାର କାର୍ଯ୍ୟ ଜାରି ରହିିଛି। ଆରଟିଓ ଓ ଏମଭିଆଇ ଦୁର୍ଘଟଣା ସ୍ଥଳରେ ଉପସ୍ଥିତ ଅଛନ୍ତି ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ। ଆହତଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇ ଦେବାକୁ ନର୍ଦ୍ଦେଶ ଦିଆଯାଇଛି। ବସକୁ ତିନି ଖଣ୍ଡ କରି କାଟି ଉଦ୍ଧାର କରିବାକୁ କୁହାଯାଇଛି। ତପ୍ତପାଣି ଘାଟିକୁ ବ୍ଲାକସ୍ପଟ୍ ଭାବେ ଚିହ୍ନଟ ହୋଇଛି। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ସହାୟତା ରାଶି ଘୋଷଣା ହେବ ବୋଲି କହିଛନ୍ତି।

ସେପଟେ ୨ ଜଣ ମୃତକଙ୍କ ପରିଚୟ ମିଳିଛି। ରାୟଗଡ଼ା ଜିଲ୍ଲା ଜେକେପୁର ଅଞ୍ଚଳର ବୁଲୁ ବେହେରା ଓ ବିଦୁ ନାୟକ ନାମକ ଜଣେ ମହିଳା ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ସେପଟେ ଦିଗପହଣ୍ଡି ମେଡ଼ିକାଲର ଚିକିତ୍ସା ବ୍ୟବସ୍ଥାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଆହତ ଯାତ୍ରୀ। ଡାକ୍ତର ନାହିଁନ୍ତି, ଜଣେ ମାତ୍ର ଫାର୍ମାସିଷ୍ଟଙ୍କ ସହାୟତାରେ ଚିକିତ୍ସା ଚାଲିଛି। ଅନ୍ୟପଟେ ୧୨ ଜଣ ଯାତ୍ରୀ ଗୁରୁତର ଆହତଙ୍କୁ ଏମକେସିଜି ମେଡ଼ିକାଲରେ ଭର୍ତ୍ତି କରିଛନ୍ତି। ୩ଜଣ ମହିଳା ଓ ଅନ୍ୟ ୯ଜଣ ପୁରୁଷ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଚିକିତ୍ସାଧୀନ ଅଛନ୍ତି।


ବର୍ତ୍ତମାନ ସୁଦ୍ଧା ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଉଦ୍ଧାର କାର୍ଯ୍ୟରେ ୫ଟି ଆମ୍ବୁଲାନ୍ସ ଓ ୫ ଦମକଳ ବାହିଦୀ ଦଳ ନିୟୋଜିତ ହୋଇଛନ୍ତି । ଘଞ୍ଚ ଜଙ୍ଗଲ ଓ ପାଣି ପାଇଁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ବସ ତଳେ ଚାପି ହୋଇ ଏବେ ବି କିଛି ଲୋକ ଛଟପଟ୍ ହେଉଛନ୍ତି। ଘଟଣାସ୍ଥଳରେ ୫ ଜଣ ଓ ମେଡ଼ିକାଲରେ ୩ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ଆଗକୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ସୂଚନା ମିଳିଛି। ରାୟଗଡ଼ାର କାଶୀପୁରରୁ ବ୍ରହ୍ମପୁର ଅଭିମୁଖେ ଯାତ୍ରା କରୁଥିବା ଘରୋଇ ଯାତ୍ରୀବାହୀ ବସ୍ ରାତି ପ୍ରାୟ ୩ଟା ବେଳେ ମୋହନା ବ୍ଲକ୍ ଅନ୍ତର୍ଗତ ତପ୍ତପାଣି ଘାଟିରେ ଓଲଟି ପଡ଼ିଥିଲା। ପ୍ରବଳ କୁହୁଡ଼ି ଯୋଗୁଁ ରାସ୍ତା ଅସ୍ପଷ୍ଟ ହୋଇଯାଇଥିବା କାରଣରୁ ବସଟି ଘାଟିରୁ ତଳକୁ ଖସି ପଡ଼ିଥିଲା। ଏବେ ସୁଦ୍ଧା ଦୁର୍ଘଟଣାରେ ୮ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ, ୪୦ରୁ ଅଧିକ ଆହତ ହୋଇଛି।

Comments are closed.