Odisha Link
Bridging the Missing Links in Odisha

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀଦଳ ନେତା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିରୋଧୀଦଳ ନେତା ପ୍ରଦୀପ୍ତ ନାଏକ ଚିଠି ଲେଖିଛନ୍ତି। ପୁରୀରେ ଶ୍ରୀଜିଉ ଦର୍ଶନ ବେଳେ ସବୁ ଜିଲ୍ଲା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ସକାଶେ ଚିଠି ଲେଖିଛନ୍ତି ଶ୍ରୀ ନାଏକ। ଚିଠିରେ ଉଲ୍ଲେଖ ଯେ ଅନ୍ୟ ଜିଲ୍ଲାର ତୀର୍ଥଯାତ୍ରୀଙ୍କ ରହିବା ପାଇଁ ଗେଷ୍ଟ ହାଉସ୍‌ ନିର୍ମାଣ କରାଯାଉ। ଏଥିପାଇଁ ସବୁ ଜିଲ୍ଲା ସକାଶେ ପୁରୀରେ ଅଧ ଏକର ଜମିର ବ୍ୟବସ୍ଥା ହେଉ। ଏହା ବାହାର ଜିଲ୍ଲାରୁ ଅସୁଥିବା ତୀର୍ଥଯାତ୍ରୀଙ୍କ ରହିବାରେ ସହାୟକ ହେବ। ଦିଲ୍ଲୀରେ ସବୁ ରାଜ୍ୟର ଗେଷ୍ଟ ହାଉସ୍‌ ପରି ପୁରୀରେ ସବୁ ଜିଲ୍ଲା ପାଇଁ ଗେଷ୍ଟ ହାଉସ୍‌ କରାଯାଉ।

Comments are closed.