Odisha Link
Bridging the Missing Links in Odisha

ତୃତୀୟ ଟି-୨୦: ୧୮୦ ରନର ବିଜୟ ଟାର୍ଗେଟ୍‌ ଦେଲା ଭାରତ

ହାମିଲଟନ୍: ଆଜି ଭାରତ ନ୍ୟୁଜିଲାଣ୍ଡ ତୃତୀୟ ଟି-ଟ୍ବେଣ୍ଟି ମ୍ୟାଚ୍। ୩ୟ ଟି-ଟ୍ବେଣ୍ଟି ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ ୧୮୦ରନ୍‌ର ଟାର୍ଗେଟ ଦେଇଛି ଟିମ୍ ଇଣ୍ଡିଆ। ୩ୟ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା । ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରି ୨୦ଓଭରରେ ୫ଓ୍ବିକେଟ୍ ହରାଇ ୧୭୯ ରନ୍ କରିବାର ସକ୍ଷମ ହୋଇଛି ।ଭାରତ ପକ୍ଷରୁ ରୋହିତ ଶର୍ମା ସର୍ବାଧିକ ୬୫ରନ କରିଛନ୍ତି। ୫ ଟିକିଆ ମ୍ୟାଚ ବିଶିଷ୍ଟ ସିରିଜରେ ୨-୦ରେ ଆଗୁଆ ରହିଛି ବିରାଟ ବାହିନୀ। ଆଜିର ମ୍ୟାଚ ଜିତି ବିଜୟଧାରା ବଜାର ରଖିବାକୁ ବିରାଟ ବାହିନୀ ପ୍ରୟାସ କରିବ। ସେପଟେ ପ୍ରତିଶୋଧ ନେବା ପାଇଁ କିୱି ଦଳ ମଧ୍ୟ ବିଶେଷ ରଣନୀତି ପ୍ରସ୍ତୁତ କରିଛି। ନ୍ୟୁଜିଲାଣ୍ଡ ପାଇଁ ଏହି ମ୍ୟାଚ ମ୍ୟାଚ୍‌ ‘କର ବା ମର’ ପରିସ୍ଥିତି ସୃଷ୍ଟି କରିଛି। ସିରିଜ୍‌କୁ ପ୍ରତ୍ୟାବର୍ତ୍ତନ କରିବାକୁ ହେଲେ ଆଜିର ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ ବିଜୟୀ ହେବାକୁ ପଡ଼ିବ।

Comments are closed.