Odisha Link
Bridging the Missing Links in Odisha

ନମାଜ ପାଇଁ ମହିଳା ବି ଯାଇ ପାରିବେ ମସଜିଦ

ନୂଆଦିଲ୍ଲୀ: ଏଣିକି ନମାଜ ପାଠ କରିବା ପାଇଁ ମହିଳା ବି ଯାଇ ପାରିବେ ମସଜିଦ। ଏନେଇ ସୁପ୍ରିମକୋର୍ଟଙ୍କୁ ଜଣାଇଲେ ଅଲ ଇଣ୍ଡିଆ ମୁସ୍ଲିମ୍‌ ପର୍ସନା ଲ’ ବୋର୍ଡ । ପୁରୁଷଙ୍କ ଭଳି ମହିଳାମାନେ ମଧ୍ୟ ମସଜିଦ ଯାଇ ନମାଜ ପାଠ କରିପାରିବେ। ଇସଲାମରେ ଏଥିପାଇଁ ଅନୁମତି ରହିଛି। ଏପରି ତଥ୍ୟ ସର୍ବଭାରତୀୟ ମୁସଲିମ ପର୍ସନେଲ ଲ’ ବୋର୍ଡ ପକ୍ଷରୁ ସୁପ୍ରିମକୋର୍ଟଙ୍କୁ ଅବଗତ କରାଯାଇଛି। ମହିଳାମାନଙ୍କୁ ପ୍ରାର୍ଥନା ପାଇଁ ସବୁ ମସଜିଦକୁ ଛଡ଼ା ଯିବା ଦରକାର ବୋଲି ଆବେଦନ କରି ଏକ ଜନସ୍ୱାର୍ଥ ମାମଲା ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିଲା।

ଏହା ଉପରେ ସତ୍ୟପାଠ ଜରିଆରେ ମୁସଲିମ ପର୍ସନେଲ ଲ’ ବୋର୍ଡ ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଛି କି ଇସଲାମ ଧର୍ମରେ ମହିଳାମାନଙ୍କୁ ମସଜିଦରେ ପ୍ରବେଶ କରି ନମାଜ ପଢ଼ିବାର ଅଧିକାର ରହିଛି। କିନ୍ତୁ ପୁରୁଷ ଭଳି ମହିଳାମାନେ ଶୁକ୍ରବାର ମସଜିଦରେ ନମାଜ ପଢ଼ିବାକୁ ବାଧ୍ୟ ନୁହନ୍ତି। ସେହିପରି ସେମାନେ ସାମୂହିକ ପ୍ରାର୍ଥନାରେ ମଧ୍ୟ ଯୋଗ ଦେବାକୁ ବାଧ୍ୟ ନୁହନ୍ତି। ସେମାନେ ଚାହିଁଲେ ନିଜ ଇଚ୍ଛା ଅନୁସାରେ ମସଜିଦ ଯାଇ ପ୍ରାର୍ଥନା କରିପାରିବେ।

ସଲାମରେ ପୁରୁଷ ଓ ମହିଳା ଏକାଠି ପ୍ରାର୍ଥନା କରିବା ଉପରେ କୌଣସି ରୋକ ଲଗାଇଯାଇ ନାହିଁ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି। ବୋର୍ଡ କହିଛି ଯେ “ଇସଲାମର ନିୟମ ଅନୁଯାୟୀ ଆମେ ନିଜ ପକ୍ଷ ସ୍ପଷ୍ଟ କରୁଛୁ। ମହିଳାଙ୍କ ଉପରେ ମସଜିଦରେ ପ୍ରବେଶ କଟକଣା ନାହିଁ। ଯଦି କେହି ଏହା ବିରୋଧରେ ଫତୱା ଜାରି କରୁଛି, ତା’ହେଲେ ଏହାକୁ ଅଣଦେଖା କରାଯିବା ଉଚିତ।”

Comments are closed.