Odisha Link
Bridging the Missing Links in Odisha

ପାକିସ୍ତାନର ମନ୍ତ୍ରୀଙ୍କୁ କଡ଼ା ଜବାବ ଦେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ, କହିଲେ ମୋଦି…

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ପାକିସ୍ତାନ ମନ୍ତ୍ରୀ ଚୌଧୁରୀ ଫାଓ୍ବଦ ହୁସେନଙ୍କୁ ଟାର୍ଗେଟ କରିଛନ୍ତି। ଆଜି ପାକିସ୍ତାନ ମନ୍ତ୍ରୀ ଟୁଇଟ କରି ଦିଲ୍ଲୀ ନିର୍ବାଚନରେ ମୋଦିଙ୍କୁ ହରାଇବା ପାଇଁ ଅପିଲ କରିଛନ୍ତି। ଏହି ଟୁଇଟକୁ ଟାର୍ଗେଟ କରିଛନ୍ତି ଅରବିନ୍ଦ କେଜ୍ରିରଓ୍ବାଲ।

ଅରବିନ୍ଦ ଟୁଇଟ କରି କହିଛନ୍ତି ଯେ, ନରେନ୍ଦ୍ର ମୋଦି ଭାରତର ପ୍ରଧାନମନ୍ତ୍ରୀ। ସେ ମୋର ବି ପ୍ରଧାନମନ୍ତ୍ରୀ। ଦିଲ୍ଲୀ ନିର୍ବାଚନ ଭାରତର ଏକ ଆନ୍ତରିକ ମାମଲା। ହେଲେ ଆତଙ୍କବାଦର ବଡ଼ ପ୍ରାୟୋଜକ ଏଥିରେ ହସ୍ତକ୍ଷେପ ନକଲେ ଉଚିତ୍। ଏଥିସହିତ ଅରବିନ୍ଦ କହିଛନ୍ତି ଯେ, ପାକିସ୍ତାନ ଯେତେ ଚେଷ୍ଟା କଲେ ବି ଦେଶର ଏକତାକୁ କ୍ଷୁର୍ଣ୍ଣ କରି ପାରିବ ନାହିଁ।

Comments are closed.