Odisha Link
Bridging the Missing Links in Odisha

ଡ୍ରାଇଭିଂ ଲାଇସେନ୍ସ ଆବେଦନ ପାଇଁ କଣ ରହିଛି ନୂଆ ନିୟମ ଜାଣନ୍ତୁ…

ଭୁବନେଶ୍ବର: କାଲି ଠାରୁ ଡ୍ରାଇଭିଂ ଲାଇସେନ୍ସ ଆବେଦନ ପାଇଁ ନୂଆ ନିୟମ। ଏଣିକି ଲର୍ଣ୍ଣିଙ୍ଗ ଲାଇସେନ୍ସ କିମ୍ବା ଡ୍ରାଇଭିଂ ଲାଇସେନ୍ସ ଆବେଦନ ପାଇଁ ଆଉ କାଗଜପତ୍ର ସାଙ୍ଗରେ ବୋହିବାକୁ ପଡିବ ନାହିଁ। ବର୍ତ୍ତମାନ ଲର୍ଣ୍ଣିଙ୍ଗ ଲାଇସେନ୍ସ ଓ ଡ୍ରାଇଭିଂ ଲାଇସେନ୍ସ ଆବେଦନ ସମ୍ପୂର୍ଣ୍ଣ ଡିଜିଟାଲ ଫର୍ମାଟରେ କରାଯିବ। ଆବେଦନ ସମୟରେ ଡିଜିଟାଲ ଫର୍ମାଟରେ ସମସ୍ତ କାଗଜପତ୍ରକୁ ସ୍କାନ କରି ଡିପୋଜିଟ କରିବାକୁ ପଡିବ।

ପୂର୍ବରୁ ଲାଇସେନ୍ସ ଆବେଦନ ପାଇଁ ଆବଶ୍ୟକୀୟ କାଗଜପତ୍ର ସହ ଆବେଦନ ଫର୍ମ, ସ୍ଲଟ ବୁକିଂ ସ୍ଲିପ୍ ଓ ସମସ୍ତ ପେମେଣ୍ଟର ହାର୍ଡ କପି ବା ପ୍ରିଣ୍ଟ ଆଉଟ ଦେବାକୁ ପଡୁଥିଲା। ନୂଆ ନିୟମରେ ଫଳରେ ଏସବୁ କାଗଜପତ୍ର ଆବେଦନକାରୀ ଅନଲାଇନରେ ଅପଲୋଡ କରିପାରିବେ। ଆବେଦନକାରୀ ଦେୟ ରସିଦ ସହ ଠିକଣା, ଜନ୍ମ ପ୍ରମାଣ ପତ୍ର ଓ ପରିଚୟ ପତ୍ର ଅନଲାଇନରେ ଦାଖଲ କରି ପୂର୍ବଭଳି ସମସ୍ତ ସୁବିଧା ପାଇପାରିବେ। ଯଦି ଆଧାରକାର୍ଡରେ ଠିକଣା ଓ ଜନ୍ମ ତାରିଖ ସଠିକ୍ ଭାବରେ ଉଲ୍ଲେଖ ଥାଏ ତେବେ ଅନ୍ୟ କୌଣସି ପ୍ରମାଣପତ୍ର ଦେବାର ଆବଶ୍ୟକତା ନାହିଁ।

କାଗଜପତ୍ର ଅନଲାଇନରେ ଦାଖଲ କରିବା ପୂର୍ବରୁ ନିଦ୍ଧିଷ୍ଟ ଦିଗ ଉପରେ ଧ୍ୟାନ ଦେବାକୁ ପଡିବ।

– ପ୍ରତି ଡକ୍ୟୁମେଣ୍ଟ ସ୍କାନ କରିବା ସହ ଏହାକୁ ୨୦୦ କେବିରୁ କମ ସାଇଜର କରି ପିଡିଏଫ କିମ୍ବା ଜେପିଇଜି ଫର୍ମାଟରେ ଅପଲୋଡ କରିବାକୁ ପଡିବ।

– ଅନଲାଇନରେ ଡିପୋଜିଟ୍ ସମୟରେ ଏହା ସ୍ପଷ୍ଟ ଦେଖାଯାଉଥିବା ଆବଶ୍ୟକ ନଚେତ ଆବେଦନକାରୀଙ୍କ ଦରଖାସ୍ତ ଯାଞ୍ଚ ସମୟରେ ଫେରାଇ ଦିଆଯିବ।

-ଆବେଦନକାରୀ ଲର୍ଣ୍ଣିଙ୍ଗ ଲାଇସେନ୍ସ କିମ୍ବା ଡ୍ରାଇଭିଂ ଲାଇସେନ୍ସ ପାଇଁ ଆସିବା ସମୟରେ ଅନଲାଇନରେ ଅପଲୋଡ କରାଯାଇଥିବା ପ୍ରମାଣପତ୍ର ଆଣିବେ।

-ଯେଉଁମାନେ ଫେବୃଆରୀ ୧ ପୂର୍ବରୁ ଆବେଦନ କରିଛନ୍ତି ଏବଂ କାଜଗପତ୍ର ଅପଲୋଡ କରିନାହାନ୍ତି ସେମାନେ ଡକ୍ୟୁମେଣ୍ଟ ଗୁଡିକର ଅସଲି ପ୍ରମାଣପତ୍ର ଆଣିବେ।

Comments are closed.