Odisha Link
Bridging the Missing Links in Odisha

‘ସେ କହୁଛନ୍ତି ଲାଠିରେ ବାଡ଼େଇବେ, ଆପଣଙ୍କ ଭଲ ପାଇବା ମୋ ପାଇଁ ରକ୍ଷା କବଚ’

କୋକରାଝାର: ନାଗରିକତା ସଂଶୋଧନ ଆଇନ୍‌ (ସିଏଏ) ପରେ ଆଜି ପ୍ରଥମ ଥର ପାଇଁ ଆସାମ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ଆସାମର କୋକ୍ରାଝରଠାରେ ଆୟୋଜିତ ହୋଇଥିବା ବୋଡୋ ରାଜିନାମା ସ୍ୱାକ୍ଷର ଉତ୍ସବରେ ଯୋଗଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆୟୋଜିତ ସଭାରେ ଜନସାଧାରଣଙ୍କୁ ଉଦବୋଧନ ଦେଇ ମୋଦି କହିଛନ୍ତି ଯେ, ଆଜିର ଦିନ ଆସାମବାସୀଙ୍କ ପାଇଁ ସଂକଳ୍ପର ଦିନ। ବିକାଶ ଓ ବିଶ୍ବାସର ମୁଖ୍ୟ ସ୍ରୋତର ଧାରାକୁ ବଜାଇ ରଖିବା ପାଇଁ ସଂକଳ୍ପ ନେବା ବୋଲି କହିଛନ୍ତି ମୋଦି।

 ଆସାମରେ ଆୟୋଜିତ ଏକ ଜନସଭାରେ ମୋଦି କହିଛନ୍ତି ଯେ, କେବେ କେବେ ମୋଦିକୁ ଲାଠି ମାଡ଼ କରିବା ନେଇ କହିଛନ୍ତି। ହେଲେ ଯେଉଁ ମୋଦି ଉପରେ ଏତେ ସଂଖ୍ୟକ ମା-ଭଉଣୀଙ୍କ ସୁରକ୍ଷା କବଚ ମିଳିଛି, ତା ଉପରେ ଯେତେ ଲାଠି ମାଡ଼ ହେଲେ ବି କିଛି ଫରକ ପଡ଼ିବ ନାହିଁ ବୋଲି ମୋଦି କହିଛନ୍ତି।

ଏଥିସହିତ ମୋଦି କହିଛନ୍ତି ଯେ, ଆଜିଠୁ ଆସାମରେ ଶାନ୍ତିର ନୂଆ ଅଧ୍ୟାୟ ଆରମ୍ଭ। ଗାନ୍ଧୀ କହିଥିଲେ ଯେ, ଅହିଂସା ମାର୍ଗରେ ଯାଇ ଯେଉଁ ଜିନିଷ ପ୍ରାପ୍ତି ହୋଇଥାଏ ତାହା ସମସ୍ତଙ୍କ ଦ୍ବାରା ସ୍ବୀକାର ହୋଇଥାଏ। ଏବେ ଆସାମବାସୀୀ ଅହିଂସା ଓ ଶାନ୍ତିର ମାର୍ଗକୁ ସ୍ବୀକାର କରିବା ସହ ଭାରତର ସମ୍ବିଧାନକୁ ସ୍ବୀକାର କରିଛନ୍ତି।

Comments are closed.