Odisha Link
Bridging the Missing Links in Odisha

ଓଡ଼ିଶା ମୋ ପାଇଁ ଗୁଜୁରାଟ ଭଳି : ଶାହା

ଭୁବନେଶ୍ୱର: ଆଜି ଭୁବନେଶ୍ୱରଠାରେ ପୂର୍ବାଞ୍ଚଳ ପରିଷଦର ବୈଠକରେ ଯୋଗ ଦେବା ଅବସରରେ ନାଗରିକତା ସଂଶୋଧନ ଆଇନ ସପକ୍ଷରେ ଜନମତ ସୃଷ୍ଟି କରିବା ଲକ୍ଷରେ ଉପସ୍ଥିତ କର୍ମୀ ଓ ଜନତାଙ୍କୁ ଉଦବୋଧନ ଦେଉଛନ୍ତି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା। ମନ୍ତ୍ରୀ ତାଙ୍କ ଭାଷଣ ଆରମ୍ଭ କରି କହିଛନ୍ତି ଯେ ସେ କେବେ ଓଡିଶାକୁ ଗୁଜୁରାଟ ଠାରୁ ଅଲଗା ଭାବିନାହାନ୍ତି। ସେ କହିଛନ୍ତି, ଓଡିଶା ମୋର ଦ୍ଵିତୀୟ ଘର।
ଉତ୍କଳମଣି ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୂଦନ ଦାସ, ବକ୍ସି ଜଗବନ୍ଧୁ, ବୀର ସୁରେନ୍ଦ୍ର ସାଏଙ୍କୁ ସ୍ମରଣ କରି ସେ କହିଥିଲେ ଯେ ଓଡ଼ିଶାର ବରପୁତ୍ରମାନେ ଏହି ମାଟିକୁ ପବିତ୍ର କରିଛନ୍ତି। ସେ କହିଛନ୍ତି ଯେ ଓଡ଼ିଶାରେ ବିଜେପି ଗତ ନିର୍ବାଚନରେ ନିଜର ଦୃଢ଼ତା ପ୍ରମାଣ କରିବାରେ ସଫଳ ହୋଇଛି ଏବଂ ବହୁ ବର୍ଷ ଧରି ବିରୋଧୀ ଦଳ ଆସନରେ ବସିଥିବା କଂଗ୍ରେସକୁ ଗାଦିଚ୍ୟୁତ କରି ବିଜେପି ବିରୋଧୀ ଦଳ ଆସନ ଅକ୍ତିଆର କରିବାରେ ସଫଳ ହୋଇଛି।

Comments are closed.