Odisha Link
Bridging the Missing Links in Odisha

କଂଗ୍ରେସ ବୈଠକରେ ବିନ୍ଧିଲା ମହୁମାଛି

ରାଉରକେଲା: କଂଗ୍ରେସ ଦଳର ସାଂଗଠନିକ ବ୍ୟାପାର ବିଷୟରେ ଆଲୋଚନା ହେଉଥିଲା। ଜଣେ ପରେ ଜଣେ କର୍ମୀ ଓ ନେତା ନିଜ ନିଜର ମତ ରଖୁଥିଲେ। ଏହି ସମୟରେ ହଠାତ ଆକ୍ରମଣ ହେଲା । ତେବେ କୌଣସି ଅସ୍ତ୍ରଶସ୍ତ୍ର ଦ୍ୱାରା ନୁହେଁ, ମହୁମାଛି ଆକ୍ରମଣ। ଏମିତି କିଛି ଦୃଶ୍ୟ ଆଜି ଦେଖିବାକୁ ମିଳିଛି କଂଗ୍ରେସର ବୈଠକରେ।

କଂଗ୍ରେସ ବୈଠକ ବେଳେ ମହୁମାଛି ଆକ୍ରମଣ ଭଳି ଏକ ଅଭାବନୀୟ ଘଟଣା ଘଟିଛି। ବୀରମିତ୍ରପୁରରେ ଜର୍ଜ ତିର୍କିଙ୍କ ଅଧ୍ୟକ୍ଷତାରେ ଚାଲିଥିବା ବୈଠକରେ ଏଭଳି ଅଭାବନୀୟ ଘଟଣା ଘଟିଛି। ବୈଠକ ଚାଲିଥିବାବେଳେ ମହୁମାଛି ଆକ୍ରମଣ କରିଥିଲେ। ଗୋଡ଼ାଇ ଗୋଡ଼ାଇ ବିନ୍ଧି ଥିଲେ ମହୁମାଛି। ଏହା ଦ୍ୱାରା ୫୦ ରୁ ଅଧିକ ଆହତ ହୋଇଛନ୍ତି। ମାହୁମାଛି ଆତଙ୍କ ଯୋଗୁଁ ସଭାରେ ଠେଲାପେଲା ମଧ୍ୟ ହୋଇଛି। ଅନ୍ୟପକ୍ଷରେ ଆହତ ୧୦ ଜଣଙ୍କୁ ବୀରମିତ୍ରପୁର ହସ୍ପିଟାଲ ପଠାଯାଇଥିବା ଜଣାଯାଇଛି।

Comments are closed.