Odisha Link
Bridging the Missing Links in Odisha

ଏସସିିବିର ସମ୍ପ୍ରସାରିତ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ନବୀନ

କଟକ: ଆଜି ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୦୪ ତମ ଜୟନ୍ତୀ। ଆଜିର ଦିନକୁ ରାଜ୍ୟସ୍ତରୀୟ ପଞ୍ଚାୟତିରାଜ ଦିବସ ରୂପେ ପାଳନ କରାଯାଉଛି। ଏହି ଉପଲକ୍ଷେ କଟକ ବାଲିଯାତ୍ରା ପଡିଆରେ ମେଗା ସମାବେଶରେ ଯୋଗ ଦେଇ ଏସସିବି ମେଡିକାଲ କଲେଜର ନବେକଳବର ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ନବୀନ। ଏଠାରେ ଉଦବୋଧନ ଦେଇ ନବୀନ କହିଛନ୍ତି, ସାଢେ ୪ କୋଟି ଓଡିଆଙ୍କ ପାଖରେ ମୁଁ ଋଣୀ। ଜନତାଙ୍କ ସହଯୋଗ ଯୋଗୁଁ ୨୦ ବର୍ଷ ଧରି ସେବା କରିପାରିଛୁ। ବିଜୁବାବୁଙ୍କ ଜନ୍ମ କଟକରେ। କଟକ ମାଟି ଆଉ ପାଣି ପବନରେ ବଡ଼ ହୋଇଥିଲେ ପ୍ରବାଦ ପୁରୁଷ । ଆଉ ଏଠାରେ ହିଁ ବ୍ରିଟିଶ୍ ପୋଲିସ୍ ବିରୋଧରେ ଲଢ଼େଇ କରିଥିଲେ। କଟକ ସହ ମୋର ପରିବାରର ନିବିଡ ସଂପର୍କ ରହିଛି।
ଲୋକଙ୍କ ସୁବିଧା ପାଇଁ ଏସସିବିକୁ ବିଶ୍ୱସ୍ତରୀୟ କରାଯିବ। ଲୋକଙ୍କୁ ବିଶ୍ୱସ୍ତରୀୟ ସେବା ଯୋଗାଇବା ଲକ୍ଷ୍ୟରେ ପ୍ରକଳ୍ପର ଶିଳାନ୍ୟାସ ଆଜି ଠାରୁ କାମ ଆରମ୍ଭ କରାଗଲା। ଓଡ଼ିଶା ବିକାଶ ଇତିହାସରେ ଏକ ନୂଆ ଫର୍ଦ୍ଦ ଯୋଡ଼ିହେଲା। ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ଲୋକ ଭଲ ହେବା ଆଶାରେ କଟକ ବଡ଼ ମେଡ଼ିକାଲ ଧାଇଁ ଆସନ୍ତି। ତେଣୁ ଏସସିବି ଭିତିଭୂମିର ବିକାଶ ଜରୁରୀ। ଏଏସସିବିକୁ ବିଶ୍ୱସ୍ତରୀୟ କରି ସାଧାରଣ ଲୋକଙ୍କୁ ଓଡ଼ିଶାରେ ହିଁ ଭଲ ଚିକିତ୍ସା ଯୋଗାଇବା ଦିଆଯିବ।

Comments are closed.