Odisha Link
Bridging the Missing Links in Odisha

ସର୍ଟ ସର୍କିଟରୁ ଜଳିଗଲା ଦୋକାନ ଘର

ଲମତାପୁଟ: କୋରାପୁଟ ଜିଲ୍ଲା ଅନକାଡେଲି ବଜାରରେ ଥିବା ଖଗେଶ୍ବର ବେହେରାଙ୍କ ଦୋକାନରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କା ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ ପାଇଁ ଉଦ୍ୟମ ଜାରି ରଖିଛନ୍ତି।
ସୂଚନାଯୋଗ୍ୟ ଯେ, ଶୁକ୍ରବାର ରାତି ପ୍ରାୟ ୧୧ ସମୟରେ ହଠାତ୍‌ ଦୋକାନରେ ନିଆଲାଗିଯାଇଥିଲା। ସର୍ଟ ସର୍କିଟରୁ ଦୋକାନରେ ନିଆ ଲାଗିଥିବା କୁହାଯାଉଛି। ଦୋକାନରେ ନିଆଁ ଲାଗିବାର ଦେଖି ସ୍ଥାନୀୟ ଲୋକମାନେ ଲିଭାଇବା ପାଇଁ ଚେଷ୍ଟା କରିଥିଲେ। କିନ୍ତୁ ନିଆଁକୁ ଆୟତ୍ତ କରିବାରେ ବିଫଳ ହୋଇଥିଲେ। ଦୋକାନରେ ବହୁ ପ୍ଲାଷ୍ଟିକ୍ ସାମଗ୍ରୀ ଥିବାରୁ ନିଆଁକୂ ଲିଭାଇବାରେ ବିଫଳ ହେଉଥିଲେ ସ୍ଥାନୀୟଲୋକ।
ଶେଷରେ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲେ। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇବା ପାଇଁ ଏକ ଗଣ୍ଟା ସମୟ ଲାଗିଥିଲା। ଏବଂ ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଥିଲେ। ଅଗ୍ନିକାଣ୍ଡରେ ଦୋକାନର ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି। କୌଣସି ବ୍ୟକ୍ତି ଆହତ ହୋଇନଥିବା ଜଣାପଡିଛି।

Comments are closed.