Odisha Link
Bridging the Missing Links in Odisha

ଇଞ୍ଜିନ୍‌ରୁ ଅଲଗା ହେଲା ବଗି

କଟକ: ଲୋକମାନ୍ୟ ତିଲକ ଏକ୍ସପ୍ରେସ୍‌ ଟ୍ରେନ୍‌ର ୨ଟି ବଗି ଇଞ୍ଜିନ୍‌ରୁ ଅଲଗା ହୋଇଯାଇଥିବା ସୂଚନା ମିଳିଛି। ଏକ୍ସପ୍ରେସ୍‌ ଟ୍ରେନ୍‌ଟି ଭୁବନେଶ୍ୱରରୁ ମୁମ୍ବାଇ ଅଭିମୁଖେ ଯାତ୍ରା କରୁଥିବାବେଳେ ଆଜି ଶାଳଗାଁ-ବରହମ୍‌ପୁର ଷ୍ଟେସନ୍‌ ପଲାସିଆ ନିକଟରେ ୨ଟି ବଗି ଇଞ୍ଜିନ୍‌ରୁ ଅଲଗା ହୋଇଯାଇଥିଲା। ଏନେଇ ରେଳବାଇ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ମରାମତି ପରେ ଇଞ୍ଜିନ୍‌ ସହ ବଗିକୁ ଯୋଡ଼ା ଯାଇଥିଲା ଓ ପୁଣିଥରେ ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା କରିଥିଲା ଏକ୍ସପ୍ରେସ୍‌ ଟ୍ରେନ୍। ତେବେ କାହାିଁକି କେଉଁ କାରଣରୁ ଇଞ୍ଜିନ୍‌ରୁ ବଗି ଅଲଗା ହୋଇଯାଇଥିଲା, ସେନେଇ କିଛି ସ୍ପଷ୍ଟ ଜଣାପଡ଼ିନାହିଁ। ଏଥିରେ କୌଣସି କ୍ଷୟକ୍ଷତି ହୋଇନାହିଁ।

Comments are closed.