Odisha Link
Bridging the Missing Links in Odisha

ନନ୍ଦନକାନନରେ ନୂଆ ଅତିଥି

ବାରଙ୍ଗ: ନନ୍ଦନକାନନ ପାଇଁ ଖୁସି ଖବର। ନନ୍ଦନକାନନକୁ ଆସିଛନ୍ତି ଆଉ ୪ଟି ନୂଆ ଅତିଥି। ଜନ୍ତୁ ଅଦଳବଦଳ ପ୍ରକ୍ରିୟାରେ ବିଳାସପୁର କାନନପେଣ୍ଡାରୀ ଚିଡିଆଖାନାରୁ ୪ଟି ଏସିଆଟିକ୍ ଅଣ୍ଡିରା ସିଂହ ଆସିଛନ୍ତି। ବଦଳରେ ୫ଟି ବିଲୁଆ ନନ୍ଦନକାନନରୁ କାନନପେଣ୍ଡାରୀ ଚିଡିଆଖାନାକୁ ଯାଇଛନ୍ତି। ଏହି ୪ଟି ସିଂହ ଆସିବା ପରେ ନନ୍ଦନକାନନରେ ସିଂହ ସଂଖ୍ୟା ୧୫କୁ ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରୁ ୮ଟି ଅଣ୍ଡିରା ଓ ୭ଟି ମାଇ ସିଂହ ଅଛନ୍ତି ।
ଅନ୍ୟପଟେ ମଙ୍ଗବାର ବିଳମ୍ବିତ ରାତିରେ ନନ୍ଦନକାନନ ଖୁଆଡ ନଂ୬ ରେ ରହୁଥିବା କଲରାପତରିଆ ବାଘ ‘ସୁରଜ’ର ମୃତ୍ୟୁ ଘଟିଛି। ‘ସୁରଜ’ର ମୃତ୍ୟୁ ପରେ ନନ୍ଦନକାନନରେ ବାଘଙ୍କ ସଂଖ୍ୟା ୬କୁ ହ୍ରାସ ପାଇଛି। ଗତ ଦୁଇମାସ ହେଲା ପେଟ ରୋଗରେ ପୀଡିତ ଥିଲେ ‘ସୁରଜ’। ଦୀର୍ଘଦିନ ଧରି ଚିକିତ୍ସାଧିନ ଅବସ୍ଥାରେ ମଙ୍ଗଳବାର ଦିନ ମୃତ୍ୟୁ ହୋଇଛି। ମୃତ କଲରାପତରିଆ ବାଘର ଆନୁମାନିକ ବୟସ ୧୫ ବର୍ଷ। ସୁରଜ ଦୁଇ ମାସର ଥିବାବଳେ ଅସହାୟ ହୋଇ ଭଞ୍ଜନଗରରେ ଜଜଙ୍ଗଲରେ ବୁଲୁଥିବା ବେଳେ ଗତ ଜୁଲାଇ ୨୦୦୪ ମସିହାରେ ବନବିଭାଗ ତାକୁ ଉଦ୍ଧାର କରି ନନ୍ଦନକାନନ ଆଣିଥିଲା।

Comments are closed.