Odisha Link
Bridging the Missing Links in Odisha

ବଡ଼ ଖବର: ରଥ ନିର୍ମାଣକୁ ମିଳିଲା ଅନୁମତି

ଭୁବନେଶ୍ବର: ବିଶ୍ବ ପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ନେଇ ବଢ଼ିଲା ସମ୍ଭାବନା। ରଥ ନିର୍ମାଣ ନେଇ କେନ୍ଦ୍ର ଦେଇଛି ଗ୍ରିନ ସିଗନାଲ। ରଥଖଳାରେ ରଥ ନିର୍ମାଣ ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ସର୍ତ୍ତମୂଳକ ଅନୁମତି। ରଥଖଳାରେ ଶ୍ରୀଜିଉଙ୍କ ରଥ ନିର୍ମାଣ ହୋଇପାରିବ। ଏନେଇ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ସ୍ପଷ୍ଟ କଲା ଗୃହ ମନ୍ତ୍ରଣାଳୟ।

ତେବେ ରଥ ନିର୍ମାଣ ବେଳେ ଲକ୍‌ଡାଉନ୍ ନିୟମ ପାଳନ ହେବ। ଲକ୍‌ଡାଉନ୍‌ର ସମସ୍ତ ନିୟମ ରଥଖଳାରେ ପାଳନ ହେବ। ରଥ ନିର୍ମାଣ ବେଳେ କୌଣସି ଧାର୍ମିକ ସମାବେଶ ହେବ ନାହିଁ। ରଥଖଳାରେ ବ୍ୟାରିକେଡ୍ ଲଗାଇ ଲୋକଙ୍କୁ ଦୂରେଇ ରଖାଯିବ ବୋଲି କେନ୍ଦ୍ର ପତ୍ରରେ ଉଲ୍ଲେଖ କରିଛି।

ସବୁଠାରୁ ବଡ଼କଥା ହେଲା ରଥ ନିର୍ମାଣ ପାଇଁ କେନ୍ଦ୍ର ଅନୁମତି ଦେଇଥିଲେ ବି ରଥଯାତ୍ରା ନିଷ୍ପତ୍ତି ରାଜ୍ୟ ସରକାରଙ୍କ ଉପରେ ଛାଡିଛି ଗୃହ ମନ୍ତ୍ରଣାଳୟ। ରଥଯାତ୍ରା ହେବ କି ନାହିଁ ସେ ନିଷ୍ପତ୍ତି ରାଜ୍ୟ ସରକାର ନେବେ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ଗୃହ ମନ୍ତ୍ରଣାଳୟ।

Comments are closed.