Odisha Link
Bridging the Missing Links in Odisha

୧୭ ଜିଲ୍ଲାରୁ ୧୧୦ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟାା ବଢ଼ିବାରେ ଲାଗିଛି। ଆଜି ରାଜ୍ୟର ୧୭ଟି ଜିଲ୍ଲାରୁ ଆଉ ୧୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୨୫୦ରେ ପହଁଞ୍ଚିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ରହିଛି।

ଆଜି ଜଗତସିଂହପୁରରୁ ସର୍ବାଧିକ ୩୩, ରାୟଗଡା-୪, କଟକ-୨୦, ଝାରସୁଗୁଡା-୧, ଖୋର୍ଦ୍ଧା-୧୪, ନୟାଗଡ଼-୪, ବରଗଡ଼-୨, ଭଦ୍ରକ-୧, କଳାହାଣ୍ଡି-୪, ଗଜପତି-୧୧, ପୁରୀ-୭, ବଲାଙ୍ଗୀର-୧, କେନ୍ଦ୍ରାପଡ଼ା-୧, ମୟୂରଭଞ୍ଜ-୪, କୋରାପୁଟ-୧, କେନ୍ଦୁଝର-୧, ବୌଦ୍ଧ-୧ ଚିହ୍ନଟ ହୋଇଛନ୍ତି। ୯୭ କ୍ୱାରେଣ୍ଟାଇନ ସେଣ୍ଟରର ହୋଇଥିବା ବେଳେ ଆଉ ୧୩ଟି ଲୋକାଲ କେସ୍। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାିଇଛି।

ରାଜ୍ୟରେ ବର୍ତ୍ତମାନ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୨୫୦ରେ ପହଁଞ୍ଚିଛି। ୨୧୩୩ ଜଣ ସକ୍ରିୟ ହୋଇଥିବା ବେଳେ ୧୧୦୬ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେୁଛନ୍ତି। ଅପରପକ୍ଷେ ରାଜ୍ୟରେ ୯ଜଣଙ୍କର କରୋନା ଜନିତ ମୃତ୍ୟୁୁ ହୋଇଛି।

Comments are closed.