Odisha Link
Bridging the Missing Links in Odisha

ଜମ୍ମୁ କଶ୍ମୀର: ସୋପିଆନରେ ଏନକାଉଣ୍ଟର, ଟଳିଲେ ୩ ଆତଙ୍କବାଦୀ

ଶ୍ରୀନଗର: ଜମ୍ମୁ କଶ୍ମୀରର ସୋପିଆନ ଜିଲ୍ଲାରେ ଭାରତୀୟ ସେନାକୁ ସଫଳତା। ସକାଳୁ ସକାଳୁ ଆରମ୍ଭ ହୋଇଥିବା ଏନକାଉଣ୍ଟରରେ ୩ ଜଣ ଆତଙ୍କବାଦୀ ନିପାତ। ପ୍ରଥମେ ଦୁଇ ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଥିଲା ଭାରତୀୟ ସେନା। ଶେଷ ଖବର ସୁଦ୍ଧା ବର୍ତ୍ତମାନ ୩ଜଣ ଆତଙ୍କି ମୃତ।

ସୂଚନାଥାଉକି, ଆଜି ସକାଳୁ ସକାଳୁ ସୋପିଆନର ସୁଗୋ ହେଧାମା ଅଂଚଳରେ ଭାରତୀୟ ସେନା ପକ୍ଷରୁ ଚାଲିିଥିଲା ଅପରେସନ। ବର୍ତ୍ତମାନ ସେହି ଅଞ୍ଚଳକୁ ସିଲ୍ କରି ସେନା ଅପରେସନ ଜୋରଦାର ଚଳାଇଛି। ଅଞ୍ଚଳରେ ଆଉ କିଛି ଆତଙ୍କୀ ଛପିଥିବା ସନ୍ଦେହ କରାଯାଉଛି। ଚଳିତ ସପ୍ତାହରେ ସେନା ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟରେ ଏହା ତୃତୀୟ ଏନକାଉଣ୍ଟର ଘଟଣା। ଗତ ରବିବାର ଏନକାଉଣ୍ଟରରେ ସେନା ୫ ଆତଙ୍କୀଙ୍କୁ ନିପାତ କରିଥିଲା। ଗତ ଦୁଇ ସପ୍ତାହରେ ଭାରତୀୟ ସେନା ୧୮ ଆତଙ୍କବାଦୀଙ୍କୁ ହତ୍ୟା କଲାଣି।

Comments are closed.