Odisha Link
Bridging the Missing Links in Odisha

କରୋନା: ରାଜ୍ୟରେ ୧୪ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଏହାରି ମଧ୍ୟରେ ରାଜ୍ୟରେ ୧୪ ହଜାର ଟପିଲା କରୋନା ସଂକ୍ରମିତ ଆକ୍ରାନ୍ତଙ୍କ ସଂଖ୍ୟା। ଆଜି ରାଜ୍ୟର ୨୩ଟି ଜିଲ୍ଲାରୁ ୫୪୩ ଜଣ କରୋନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪, ୨୮୦ରେ ପହଁଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୩୫୪ ଜଣ କ୍ବାରାଣ୍ଟିନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୧୮୯ ଜଣ ସ୍ଥାନୀୟ ବାସିନ୍ଦା ଚିହ୍ନଟ ହୋଇଛନ୍ତି। ପ୍ରତିଦିନ ଭଳି ଆଜି ମଧ୍ୟ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୧୮୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଅନୁଗୁଳ ୧, ବାଲେଶ୍ୱର ୮, ବରଗଡ ୩, ଭଦ୍ରକ ୧, ବଲାଙ୍ଗୀର ୫, ବୌଦ୍ଧ ୭, କଟକ ୩୯, ଢେଙ୍କାନାଳ ୨, ଗଜପତି ୨୯, ଜଗତସିଂହପୁର ୧୫, ଯାଜପୁର ୧, ଝାରସୁଗୁଡା ୬, କେନ୍ଦ୍ରାପଡା ୧୦, କେନ୍ଦୁଝର ୨୨, ଖୋର୍ଦ୍ଧା ୮୭, ମାଲକାନଗିରି ୧୧, ମୟୂରଭଞ୍ଜ ୨୨, ନୟାଗଡ ୧, ପୁରୀ ୭, ରାୟଗଡା ୨୪, ସମ୍ବଲପୁର ୨, ସୁନ୍ଦରଗଡ ୫୨ ଚିହ୍ନଟ ହୋଇଛନ୍ତି।

Comments are closed.