Odisha Link
Bridging the Missing Links in Odisha

ମେଗା ଜଳ ଯୋଗାଣ ପ୍ରକଳ୍ପରେ ଦ୍ୱନ୍ଦ୍ୱ ସୃଷ୍ଟି କଲା ତ୍ରୁଟିପୂର୍ଣ୍ଣ ପରୀକ୍ଷା ରିପୋର୍ଟ

ଭୁବନେଶ୍ବର: ଗ୍ରାମୀଣ ପରିବାରର ପାନୀୟ ଜଳଯୋଗାଣ ଉପରେ ଧ୍ୟାନ ଦେଇ ଗତ ବର୍ଷ ଯାଜପୁର,କେଉଁଝର ଏବଂ ସୁନ୍ଦରଗଡ ଜିଲ୍ଲାରେ ମେଗା ପାଇପ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଥିଲା । ଏହି ପ୍ରକଳ୍ପରେ ଇନଟେକ୍କୂଅ, ଜଳ ବିଶୋଧନାଗାର ଏବଂ ଜଳଯୋଗାଣ ପାଇପଲାଇନ ରହିଥିଲା । ଏହି ପ୍ରକଳ୍ପକୁ ଓଡିଶା ମାଇନିଂ ବିଅରିଂ ଏରିଆ ଡେଭଲପମେଣ୍ଟ କାଉନସିଲ (ଓଏମବିଏଡିସି) ଦ୍ୱାରା ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା । ଏହି ପ୍ରକଳ୍ପ ସମୟରେ ଏକ ଗୁଜବ ଦେଖିବାକୁ ମିଳିଥିଲା ଯେ ପ୍ରକଳ୍ପରେ ଖରାପ ଗୁଣବତାର ସାମଗ୍ରୀ ବ୍ୟବହୃତ ହେଉଛି ।

MSV International Consultant ଯିଏ କି ଏହି ପ୍ରକଳ୍ପରେ ନିଯୁକ୍ତି ହୋଇଥିଲେ, ସେ ସାମଗ୍ରୀର ଗୁଣବତା ପରୀକ୍ଷା କରିବା ନିମନ୍ତେ ଗତବର୍ଷ ସୁକିନ୍ଦାର ଏକ ସାଇଟ୍ ପରିଦର୍ଶନ କରି ଏହି ଘଟଣାର ଅନୁସନ୍ଧାନ କରିଥିଲେ । ସେଠାରେ ପରାମର୍ଶଦାତା ଜାଣିବାକୁ ପାଇଥିଲେ କି ନାଗାର୍ଜୁନ କନଷ୍ଟ୍ରକସନ କମ୍ପାନୀ ଲିମିଟେଡ(ଏନସିସି) ପାନୀୟ ଜଳଯୋଗାଣ ନିର୍ମାଣ କାର୍ଯ୍ୟରେ ଶ୍ୟାମ ଷ୍ଟିଲ ଓ ଜେଏସପିଏଲ (ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ) ର ସାମଗ୍ରୀ ବ୍ୟବହାର କରୁଥିଲେ । ଉଭୟ କମ୍ପାନୀର ସାମଗ୍ରୀର ଗୁଣବତା ପରୀକ୍ଷା କରିବାକୁ ପରାମର୍ଶଦାତା ବ୍ୟବହୃତ ସାମଗ୍ରୀର ନମୁନା ସଂଗ୍ରହ କରି ନିଜ ଲ୍ୟାବକୁ ପଠାଇଥିଲେ । ଯେତେବେଳେ ଉଭୟ ଷ୍ଟିଲ କମ୍ପାନୀ ସାମଗ୍ରୀର ରିପୋର୍ଟ ନିମ୍ନମାନର ପ୍ରମାଣିତ ହେଲା,ପରାମର୍ଶଦାତା ଜେଏସପିଏଲ୍ ର ବିଫଳ ରିପୋର୍ଟ କୁ ଦବାଇ ଶ୍ୟାମ ଷ୍ଟିଲର ରିପୋର୍ଟକୁ ହାଇଲାଇଟ କରିଥିଲେ । ଯାହା ଏଜିଆରଏସ୍‌ ୧୨୪/ ୧୬୩.୩/ 0୬/ ୧୯କୁ ୨୫.୦.୨୦୧୯ ରେ ଜାରି କରାଯାଇଥିଲା ।

MSV International ରିପୋର୍ଟ ଆଧାରରେ, ଗ୍ରାମୀଣ ପାନୀୟ ଜଳଯୋଗାଣ ଏବଂ ପରିମଳ (ଆରଡବ୍ଲୁଏସ୍‌ଏସ୍‌) ମୁଖ୍ୟ ଇଞ୍ଜିନିୟର-୩ ତାଙ୍କ ଚିଠି ୬୦୩୩/୧୫/୭/ ୨୦୧୯, ରେ ଚୁକ୍ତିଭିତିକ ସଂସ୍ଥା ଏନସିସିର ବରିଷ୍ଠ ପ୍ରକଳ୍ପ ପରିଚାଳକଙ୍କୁ କିଣାଯାଇଥିବା ସମସ୍ତ ଷ୍ଟିଲ ସାମଗ୍ରୀକୁ ପ୍ରକଳ୍ପ କାର୍ଯ୍ୟରେ ନଲଗାଇବାକୁ ଓ ସେଗୁଡିକୁ କାର୍ଯ୍ୟ ପରିସରରୁ ତୁରନ୍ତ ହଟାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ଏବଂ ଯେଉଁ ପର୍ଯ୍ୟନ୍ତ ଅନ୍ୟ କୈାଣସି ନୋଟିସ ପ୍ରକାଶ ନହୁଏ,ସେ ପର୍ଯ୍ୟନ୍ତ ଏହାର କୈାଣସି ସାମଗ୍ରୀ ନିର୍ମାଣ ପାଇଁ ବ୍ୟବହାର କରାଯିବ ନାହିଁ ।

ଯେହେତୁ ଶ୍ୟାମ ଷ୍ଟିଲର ରିପୋର୍ଟକୁ ହାଇଲାଇଟ କରାଯାଇଥିଲା, ତେଣୁ ପୁଣିଥରେ ଓଡିଶା ର ଖ୍ୟାତି ସର୍ମ୍ପନ ରାଜ୍ୟ(R&B)ର ସେଣ୍ଟ୍ରାଲ ଲ୍ୟାବ୍ ଓ କେନ୍ଦ୍ର ସରକାରର ସେଣ୍ଟ୍ରାଲ ଲ୍ୟାବ୍‌କୁ ସାମଗ୍ରୀ ପରୀକ୍ଷା ପାଇଁ ପଠାଯାଇଥିଲା । ୦୨.୦୭.୧୯ ରେ ଆରଡବ୍ଲୁଏସ୍‌ଏସ୍ ଯାଜପୁର ଡିଭିଜନ୍ ଏନସିସି ସାଇଟ୍‌ରୁ ନମୁନା ସଂଗ୍ରହ କରି ଚିଠି ନଂ-୧୨୪୯ ମାଧ୍ୟମରେ ଲାବ୍‌ରୋଟୋରୀ, କଟକ
ଏବଂ ଆଇଏମଏମଟି, ଭୁବନେଶୂର ଓ ଏନଆଇଟି ରାଉଲକେଲାକୁ MSV ପରାମର୍ଶରେ ଏହି ଲ୍ୟାବ ଗୁଡିକୁ ସାମଗ୍ରୀ ପରୀକ୍ଷା ପାଇଁ ପଠାଯାଇଥଲା । ପରେ ୦୯.୦୭.୨୦୧୯ ଦିନ ଲ୍ୟାବ୍‌ରୋଟୋରୀ ବିଭାଗ ଚିଠି ନଂ ୧୩୦୯ରେ ନିଶ୍ଚିତ କରି ଜଣାଇଥିଲେ ଯେ ଶ୍ୟାମ ଷ୍ଟିଲରୁ ବ୍ୟବହୃତ ଷ୍ଟିଲ ବ୍ୟବହାର ଉପଯୁକ୍ତ ଅଟେ (୧୨ମିମି,୧୬ମିମି,୨୦ମିମି) ।

ସେଣ୍ଟ୍ରାଲ ଲ୍ୟାବ୍‌ରୋଟୋରୀ (R&B) IMMT ଭୁବନେଶୂର ଏବଂ NIT ରାଉଲକେଲା ଠାରୁ ପ୍ରାପ୍ତ ରିପୋର୍ଟ ମଧ୍ୟ ନିର୍ଦ୍ଦିଷ୍ଟ ମାନ ଆଇଏସ ୧୭୮୬ ଏଫଇ ୫୦୦ ଡି ଗ୍ରେଡକୁ ନିଶ୍ଚିତ କରିଛି । ପରେ MSV Consultant୧୨.୦୭.୧୯ ତାରିଖରେ ଏନସିସି ଲିମିଟେଡ କୁ ଚିଠି ନଂ ଏଜିଆରଏସଦ ୨୦୧୯-୨୦ ଦ୧୨୧ ପ୍ରଦାନ କରିଥିଲେ ଏବଂ ତାହର ଏକ କପି ସମ୍ପୃକ୍ତ ଇଞ୍ଜିନିୟର ମାନଙ୍କୁ ପଠାଇଥିଲେ । ଯେଉଁଥିରେ ନିଜ ଲ୍ୟବରେ କରାଯାଇଥିବା ତୃଟି ମାଧ୍ୟମରେ ପ୍ରକଳ୍ପ ଗୁଡିକରେ ଶ୍ୟାମ ଷ୍ଟିଲର ଯୋଗାଣକୁ ସୀମିତ ରଖିବା ଏବଂ ୦୯.୦୬.୨୦୧୯ ତାରିଖରେ ସରକାରୀ ରିପୋର୍ଟକୁ ଅଣଦେଖା କରିବା ବିଷୟରେ ଉଲ୍ଲେଖ କରିଥିଲେ ।

ସମସ୍ତ ବିଷୟରେ ଇଆଇସି ଆରଡବ୍ଲୁଏସ୍‌ଏସ୍ ର ନୋଟିସ ସରକାରୀ ଖ୍ୟାତିସର୍ମ୍ପନ୍ନ ଲ୍ୟାବରେ ପାସ୍ ହୋଇସାରିଛି ଏବଂ ସେ ପୂର୍ବ ଚିଠିକୁ ପ୍ରତ୍ୟାହାର କରି ଆରଡବ୍ଲୁଏସ୍‌ଏସ୍ ସହ କାର୍ଯ୍ୟକାରୀ ପାଇଁ ଶ୍ୟାମ ଷ୍ଟିଲର ନାମ ପୁର୍ନବାର ରଖାଯାଇଛି । ଏମ/ଏସ ଏନସିସି ଏବଂ ଏମ/ଏସ ଶ୍ୟାମ ଷ୍ଟିଲ (ବିକ୍ରେତା)ଙ୍କୁ ହଇରାଣ କରିବା ଏବଂ ଜନସାଧାରଣଙ୍କ ଉପଯୋଗୀତାର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପକୁ ବିଳମ୍ବ କରିବା ପାଇଁ ଏମଏସଭି ଇଣ୍ଟରନ୍ୟାସନାଲ୍ ର ଖରାପ ଆଭିମୁଖ୍ୟ ପ୍ରକାଶ ପାଇଥିଲା ।

Comments are closed.