Odisha Link
Bridging the Missing Links in Odisha

ଆଜି ଜନ୍ମାଷ୍ଟମୀ : ମଧ୍ୟରାତ୍ରିରେ ଜନ୍ମନେବେ ଭଗବାନ କୃଷ୍ଣ, ପ୍ରଭୁଙ୍କ ଆରାଧନା କରୁଛନ୍ତି ଶ୍ରଦ୍ଧାଳୁ

ଭୁବନେଶ୍ବର: ଆଜି ଭଗବାନ ଶ୍ରୀକୃଷ୍ଣଙ୍କର ଜନ୍ମତିଥି ବା ଜନ୍ମାଷ୍ଚମୀ। ଏହିଦିନ ନିଶାର୍ଦ୍ଧରେ କଂସର ବନ୍ଦୀଶାଳାରେ ଦେବକୀଙ୍କ ଅଷ୍ଚମ ଗର୍ଭରେ ଜନ୍ମଗ୍ରହଣ କରିଥିଲେ ଭଗବାନ ଶ୍ରୀକୃଷ୍ଣ । କେହି କେହି ତାଙ୍କୁ ଭଗବାନ ବିଷ୍ଣୁଙ୍କର ଅଷ୍ଟମ, ତ୍ରୟୋଦଶ ବା ବିଂଶ ଅବତାର ବୋଲି କହିଥାନ୍ତି । କିମ୍ବଦନ୍ତୀ ଅନୁସାରେ ଭାଦ୍ରବ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ବିଷ୍ଣୁଙ୍କ ଅଷ୍ଟମ ଅବତାର ଭାବେ କୃଷ୍ଣ ଦେବକୀ ଓ ବସୁଦେବଙ୍କ ପୁଅ ଭାବେ ମଥୁରାରେ ଜନ୍ମ ଗ୍ରହଣ କରିଥିଲେ । ଏହି ତିଥିର ରାତ୍ରିରେ କୃଷ୍ଣଙ୍କୁ ଧ୍ୟାନ କଲେ, ତାଙ୍କ ନାମ ନେଇ ମନ୍ତ୍ର ଜପକଲେ, ସାଂସାରିକ ମୋହମାୟା ଜନିତ ଆସକ୍ତି ଦୂରହୁଏ ବୋଲି ବିଶ୍ୱାସ ରହିଛି । ତେଣୁ ଏହାକୁ ମୋହରାତ୍ରି ମଧ୍ୟ କୁହାଯାଏ । ସାରା ବିଶ୍ୱର ହିନ୍ଦୁ ସଂପ୍ରଦାୟ ପାଇଁ ଏହା ଏକ ପବିତ୍ର ଦିନ । ଏଥିରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ସାମିଲ ହୋଇଥାନ୍ତି ।
ହେଲେ ଚଳିତ ବର୍ଷର କରୋନା କଟକଣା ଯୋଗୁଁ ଏହି ଉତ୍ସବ ବିନା ଭକ୍ତରେ ବିଭିନ୍ନ ସ୍ଥାନରେ ପାଳନ ହେବ । ସାଧାରଣ ଲୋକ ଏହାକୁ ଆଜି ପାଳୁଥିବାବେଳେ କୃଷ୍ଣ ଜନ୍ମସ୍ଥାନ ମଥୁରା, ବୃନ୍ଦାବନ ଆଦି ସ୍ଥାନରେ ଏହା କାଲି ପାଳନ ହେବ ।

Comments are closed.