Odisha Link
Bridging the Missing Links in Odisha

ପ୍ରକାଶ ପାଇଲା ଯୁକ୍ତ ଦୁଇ ବିଜ୍ଞାନ ଫଳାଫଳ

ଭୁବନେଶ୍ବର :  ପ୍ରକାଶ ପାଇଲା ଚଳିତ ବର୍ଷର ଯୁକ୍ତ ଦୁଇ ବିଜ୍ଞାନ ଫଳାଫଳ। ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ। ଶ୍ରୀ ଦାଶ ସୂଚନା ଦେଇ କହିଛନ୍ତି ଯେ, ଚଳିତ ବର୍ଷ ୭୦.୨୧% ଛାତ୍ରଛତ୍ରୀ ପାସ କରିଛନ୍ତି। ମୋଟ ୯୭, ୩୭୭ ପିଲା ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ‌୍ୟରୁ ପାସ୍‌ କରିଛନ୍ତି ମୋଟ ୬୮, ୩୭୪ ଛାତ୍ରଛାତ୍ରୀ। ପାସ କରିଥିବା ଛାତ୍ରଙ୍କ ସଂଖ୍ୟା ୩୮,୩୦୧(୩୯%) ଥିବାବେଳେ ଛାତ୍ରୀଙ୍କ ସଂଖ୍ୟା ୩୦,୦୭୩(୩୧%) ଥିବା ଜଣାଯାଇଛି । ଚଳିତ ବର୍ଷ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ୨୫,୩୩୯(୨୬%)ଜଣ ପାସ କରିଛନ୍ତି । ସେହିପରି ୨ୟ ଶ୍ରେଣୀରେ ୨୪, ୧୨୧(୨୪.୮%), ୩ୟ ଶ୍ରେଣୀରେ ୧୮,୨୬୮(୧୯%) ପାସ କରିଛନ୍ତି । ୯୦%ରୁ ଅଧିକ ନମ୍ବର ରଖି ୧୩୭ ଜଣ ଛାତ୍ରଛାତ୍ରୀ ପାସ କରିଛନ୍ତି । ପାସ ହାରରେ ନୟାଗଡ଼ ଜିଲ୍ଲା ୮୬.୫୧% ହାରରେ ସର୍ବାଧିକ ଥିବାବେଳେ ଝାରସୁଗୁଡ଼ା ଜିଲ୍ଲା ସର୍ବନିମ୍ନ ବୋଲି ଜଣାଯାଇଛି ।

Comments are closed.