Odisha Link
Bridging the Missing Links in Odisha

ପାଣିରେ ବୁଡ଼ି ବ୍ୟକ୍ତି ନିଖୋଜ

ଅନୁଗୁଳ : ଗୁରୁଜାଙ୍ଗୁଲି ପଞ୍ଚାୟତ ଅନ୍ତର୍ଗତ ଖୋଲୁଆ ଗାଁର ଜଣେ ବ୍ୟକ୍ତିଙ୍କ ଜୋରରେ ଭାସିଯାଇ ନିଖୋଜ ହୋଇ ଯାଇଛନ୍ତି। ନିଖୋଜ ବ୍ୟକ୍ତି ହେଲେ ମହରଗା ସାହୁ। ତାଙ୍କ ବୟସ ୬୫ ବର୍ଷ। ସେ ଗାଈ ଚରାଇବାକୁ ଯାଇଥିଲା ବେଳେ ପାଣି ସ୍ରୋତରେ ଭାସି ଯାଇଥିବା ତାଙ୍କ ପୁଅ କହିଛନ୍ତି। ଗାଈ ଚରାଉଥିବା ବେଳେ ବର୍ଷା ଯୋଗୁଁ ହଠାତ ପାଣି ଆସି ଯାଇଥିଲା। ତାକୁ ଖୋଜାଖୋଜି କରିବା ପାଇଁ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ସେଠାରେ ପହଁଞ୍ଚି ଅଗ୍ନିଶମ ବାହିନୀ ଖୋଜା ଖୋଜି ଜାରି ରଖିଛନ୍ତି। ଏଥିସହ ତାଳଚେର ପୋଲିସ ଘଟଣା ସ୍ଥଳରେ ପହଁଞ୍ଚି ଛାନ୍‌ଭିନ୍ ଜାରି ରଖିଛନ୍ତି।

Comments are closed.