Odisha Link
Bridging the Missing Links in Odisha

ଆରମ୍ଭ ହେବ ‘ଶିକ୍ଷା ସମ୍ପର୍କ ଯୋଜନା’, ଗାଁ ଗାଁକୁ ଯାଇ ପାଠ ପଢାଇବେ ଶିକ୍ଷକ

ଯାଜପୁର: କରୋନା ମାହମାରୀ କାରଣରୁ ରାଜ୍ୟରେ ଏବେ ସ୍କୁଲ୍‌ ଖୋଲିବାର ସମ୍ଭାବନା ନାହିଁ। ଏନେଇ ସରକାର ନୂଆ ଯୋଜନା ଆରମ୍ଭ କରିବେ ବୋଲି ଗଣ ଶିକ୍ଷାମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ନୂଆ ଯୋଜନାର ନାଁ ରହିବ ‘ଶିକ୍ଷା ସଂପର୍କ ଯୋଜନା’। ଯାଜପୁର ଜିଲ୍ଲା ପ୍ୟାରେଡ୍‌ ଅବସରରେ ଗଣ ଶିକ୍ଷାମନ୍ତ୍ରୀ ଏହି ସୂଚନା ଦେଇଛନ୍ତି।

ରାଜ୍ୟର ୬୦ ଲକ୍ଷ୍ୟ ଛାତ୍ରଛାତ୍ରୀ ଇ-ଶିକ୍ଷା ଉପରେ ନିର୍ଭର କରିବେ। ବର୍ତ୍ତମାନ ୨୨ ଲକ୍ଷ ଛାତ୍ରଛାତ୍ରୀ ଇଣ୍ଟରନେଟ ମାଧ୍ୟମରେ ପାଠ ପଢୁଛନ୍ତି। ‘ଶିକ୍ଷା ସଂପର୍କ ଯୋଜନା’ ଜରିଆରେ ଗାଁ ଗାଁକୁ ଯାଇ ପାଠ ପଢାଇବେ ଶିକ୍ଷକ। ଏଥିସହ ଚଳିତ ଶିକ୍ଷାବର୍କ୍ଷ ପାଇଁ ସିଲାବସ୍‌ କମାଇବା ବ୍ୟବସ୍ଥା ହେଉଛି। ଆସନ୍ତା ସପ୍ତାହ ସୁଦ୍ଧା ଚୂଡାନ୍ତ ସିଲାବସ୍‌ ପ୍ରଦାନ କରାଯିବ ବୋଲି ସମୀର ଦାଶ କହିଛନ୍ତି।

Comments are closed.