Odisha Link
Bridging the Missing Links in Odisha

ବଡ଼ ଖବର: ରାଜ୍ୟରେ ୬୦ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ଅଣାୟତ୍ତ ହେଉଛି କରୋନା ସଂକ୍ରମଣ। ଆଜି ରାଜ୍ୟର ୩୦ ଜିଲ୍ଲାରୁ ୨୯୨୪ ଜଣ ନୂଆ କରୋନା ପଜିଟିଭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୦ ହଜାର ଟିପିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୧୮୧୫ ଜଣ କ୍ବାରାଣ୍ଟିନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ପ୍ରଥମ ଥର ପାଇଁ ରାଜ୍ୟରେ ଦିନକରେ ୧୧୦୯ ଜଣ ସ୍ଥାନୀୟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହା ଚିନ୍ତାର ବିଷୟ ପାଲଟିଛି। ଅପରପକ୍ଷେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୮୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ଆଜି ଅନୁଗୁଳରୁ ୩୭ , ବାଲେଶ୍ୱର ୧୨୭, ବରଗଡ଼ ୪୮, ଭଦ୍ରକ ୧୦୭,ବଲାଙ୍ଗୀର ୨୭, ବୌଦ୍ଧ ୮, କଟକ ୧୮୯,ଦେବଗଡ଼ ୧୬, ଢେଙ୍କାନାଳ ୪୦, ଗଜପତି ୭୧, ଗଞ୍ଜାମ ୩୧୮, ଜଗତସିଂହପୁର ୪୭, ଯାଜପୁର ୨୦୦, ଝାରସୁଗୁଡା ୩୦, କଳାହାଣ୍ଡି ୨୭, କନ୍ଧମାଳ ୫୦, କେନ୍ଦ୍ରାପଡା ୬୦, କେନ୍ଦୁଝର ୨୬, କୋରାପୁଟ ୯୫, ମାଲକାନଗିରି ୯୩, ମୟୁରଭଞ୍ଜ ୧୩୬, ନବରଙ୍ଗପୁର ୨୬, ନୟାଗଡ଼ ୧୪୨, ନୂଆପଡା ୨୦, ପୁରୀ ୧୪୪, ରାୟଗଡା ୧୧୬, ସମ୍ବଲପୁର ୩୭ , ସୋନପୁର ୩୮ , ସୁନ୍ଦରଗଡ ରୁ ୧୬୧ ଜଣ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୬୦,୦୫୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୧୮,୯୨୮ ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୪୦ ହଜାର ୭୨୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Comments are closed.