Odisha Link
Bridging the Missing Links in Odisha

ଲଘୁଚାପ ବର୍ଷା : ବିପଦ ସଙ୍କେତ ଛୁଇଁଲା ଗୋଦାବରୀ

ମାଲକାନଗିରି : ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଗୋଦାବରୀ ନଦୀ ୧ ନମ୍ବର ବିପଦ ସଙ୍କେତ ଛୁଇଁଥିବା ଖବର ମଳିଛି। ଦିନ ୧୧ଟା ସୁଦ୍ଧା ଗୋଦାବରୀ ନଦୀ ଜଳସ୍ତର ୪୫.୮୦ ଫୁଟ ରହିଥିବା ଜଣାଯାଇଛି। ଗୋଦାବରୀର ୧ ନଂ ବିପଦ ସଙ୍କେତ ୪୩ ଫୁଟ ଥିବାବେଳେ ୨ ନମ୍ବର ୪୮ ଫୁଟ ରହିଛି।

ଅନ୍ୟପକ୍ଷରେ ଲଗାଣର ବର୍ଷା ଯୋଗୁଁ ମାଲକାନଗିରିର ସବୁ ନଦୀ ଜଳସ୍ତର ବୃଦ୍ଧି ପାଇଛି। କନ୍ୟାଶ୍ରମ ପୋଲରେ ୪ଫୁଟ ପାଣି ଥିବାବେଳେ କାଲିମେଳା-ପଡ଼ିଆ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ପୋଟେରୁ, କାଙ୍କରକୋଣ୍ଡା ଓ ଏମଭି-୯୦ ପୋଲ ଉପରେ ବି ବର୍ଷା ଜଳ ଜମି ରହିଛି। ସୀମାନ୍ତ ଛତିଶଗଡ଼ ଝପ୍ରା ପୋଲ ଉପରେ ମଧ୍ୟ ୪ ଫୁଟର ପାଣି ପ୍ରବାହିତ ହେଉଛି। ଫଳରେ ଛତିଶଗଡ଼କୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବାବେଳେ ସୀମାନ୍ତ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଜଣାଯାଇଛି ।

Comments are closed.