Odisha Link
Bridging the Missing Links in Odisha

ସବ୍ ଇନ୍ସପେକ୍ଟରଙ୍କ ବିରୋଧରେ ମହିଳା ଏସଆଇଙ୍କ ଏତଲା

ଭୁବନେଶ୍ବର : ବିବାହ କରିବାକୁ ପ୍ରତିଶ୍ରୁତି ଦେଇ ଧୋକା ଦେଲେ ସବ୍ ଇନ୍ସପେକ୍ଟର। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ସବ୍-ଇନ୍ସପେକ୍ଟର ସିଲୁ ଧଳଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି ଜଣେ ମହିଳା ସବ୍-ଇନ୍ସପେକ୍ଟର।

ମହିଳା ସବ୍-ଇନ୍ସପେକ୍ଟର ଜଣଙ୍କ ଏ ଘଟଣା ନେଇ ଦାରିଙ୍ଗବାଡି ଥାନାରେ ଏତଲା ଦେଇଛନ୍ତି। ଏତଲା ଦେବା ପରେ ଅଭିଯୁକ୍ତ ଖଲ୍ଲିକୋଟ ଥାନା ସବ୍-ଇନ୍ସପେକ୍ଟର ସିଲୁ ଧଳ କେଉଁଆଡେ ଫେରାର ହୋଇ ଯାଇଛନ୍ତି। ତେବେ ଫେରାର ଥିବା ଅଭିଯୁକ୍ତ ସିଲୁ ଧଳଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି ମହିଳା ସବ୍-ଇନ୍ସପେକ୍ଟର। ସେ ଭୁବନେଶ୍ବର ସ୍ଥିତ ଡିଜି କ୍ୟାମ୍ପ୍ ଅଫିସକୁ ଆସି ଅଭିଯୋଗ ସିଲୁଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିବା ସହ ଗିରଫ ଦାବି ମଧ୍ୟ କରିଛନ୍ତି ।

Comments are closed.