Odisha Link
Bridging the Missing Links in Odisha

ଦିଅରର ଟାଙ୍ଗିଆ ଚୋଟରେ ଭାଉଜ ମୃତ

ଢ଼େଙ୍କାନାଳ : ଭୁବନ ବ୍ଲକ ଅସୁରବନ୍ଧ ଗାଁରେ ଅଭାବନୀୟ ଘଟଣା ଘଟିଯାଇଛି। ଦିଅର ଟାଙ୍ଗିଆ ଚୋଟରେ ଭାଉଜର ମୃତ୍ୟୁ ହୋଇଥିବା ବେଳେ ୫ ବର୍ଷର ଝିଆରୀ ଗୁରୁତର ଆହତ ହୋଇଛି। ଗୁରୁତର ଥିବା ଝିଆରୀ ଅଭିଶା ମଳିକକୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ମୃତକ ହେଲେ ମିଲୀ ମଳିକ ।

ପ୍ରକାଶ ଯେ, ଗତକାଲି ବିଳମ୍ବିତ ରାତିରେ ସମସ୍ତ ଖାଇସାଇ ଶୋଇଥିବା ସମୟରେ ଭାଉଜଙ୍କୁ ଦିଅର ଆକ୍ରମଣ କରିଥିଲା। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଆକ୍ରମଣର କାରଣ ଅସ୍ପଷ୍ଟ ରହିଛି। ତେବେ ଆକ୍ରମଣରେ ଭାଉଜଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିବା ବେଳେ ଝିଆରୀ ଗୁରୁତର ଥିବା ଜଣାପଡିଛି । ସେପଟେ ଅଭିଯୁକ୍ତ ଦିଅର ରବିନ୍ଦ୍ର ମଲିକକୁ ଗିରଫ କରିଛି ଭୁବନ ପୋଲିସ ।

Comments are closed.