Odisha Link
Bridging the Missing Links in Odisha

ସୁଶାନ୍ତ ସିଂ ମୃତ୍ୟୁ ମାମଲା: ଆଜି ରିୟାଙ୍କୁ ଜେରା କରିପାରେ ସିବିଆଇ

ମୁମ୍ବାଇ : ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା ସିବିଆଇକୁ ହସ୍ତାନ୍ତର ହେବା ପରେ ସିବିଆଇ ଏହି ମାମଲାରେ ଖୋଳତାଡ ଜାରି ରଖିଛି। ସିବିଆଇ ସୁଶାନ୍ତଙ୍କ ରୋଷେୟା, ବନ୍ଧୁ, ଘର ମାଲିକଙ୍କୁ ଜେରା କରିସାରିଥିବା ବେଳେ ଆଜି ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ଜେରା କରିପାରେ। ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ରିୟା ଚକ୍ରବର୍ତ୍ତୀଙ୍କ ଉପରେ ଅନେକ ପ୍ରକାରର ଅଭିଯୋଗ ହୋଇଛି। ସୁଶାନ୍ତଙ୍କ ବାପାଙ୍କ ପକ୍ଷରୁ ମଧ୍ୟ ରୁଜୁ ହୋଇଥିବା ଏଫଆଇଆରରେ ରିୟାଙ୍କ ଉପରେ ବ୍ଲାକମେଲିଂ, ଟଙ୍କା ହଡପ, ଧୋକା ଦେବା ନେଇ ଆରୋପ କରାଯାଇଛି।

ରିୟା ସୁଶାନ୍ତଙ୍କ ଆକାଉଣ୍ଟରୁ ୧୫ କୋଟି ଟଙ୍କା ହଡପ କରିଥିବା ଅଭିଯୋଗ ମଧ୍ୟ ହୋଇଛି। ସୁଶାନ୍ତଙ୍କ ବାପା ରିୟାଙ୍କ ଉପରେ ପୁଅକୁ ସେ ଅଲଗା କରିବାକୁ ଉଦ୍ୟମ କରିଥିବା ମଧ୍ୟ ଅଭିଯୋଗ ଲଗାଇଛନ୍ତି। ଏହି ସବୁ ଦିଗକୁ ଧ୍ୟାନରେ ରଖି ସିବିଆଇ ସୋମବାର ରିୟା ଚକ୍ରବର୍ତ୍ତୀଙ୍କୁ ଜେରା କରିପାରେ। ସିବିଆଇ ରିୟାଙ୍କ ଆୟର ଉତ୍ସକୁ ନେଇ ମଧ୍ୟ ଜେରା କରିପାରେ। ଏହା ପୂର୍ବରୁ ମଧ୍ୟ ମନି ଲଣ୍ଡ୍ରିଂ କେସ୍‌ରେ ରିୟା ଓ ତାଙ୍କ ପରିବାରକୁ ଜେରା କରି ସାରିଛି। ଏଥିସହ ମହେଶ ଭଟ୍ଟଙ୍କ ସହିତ ଚାଟ୍‌ ଏବଂ ମୃତ୍ୟୁ ପରେ ସୁଶାନ୍ତଙ୍କ ଶେଷ ଦର୍ଶନ କରିବା ପାଇଁ ଯାଇଥିବା ବେଳେ ସୁଶାନ୍ତଙ୍କ ମୃତଦେହ ପାଖରେ ବସି “ସରି ବାବୁ” କହି କ୍ଷମା ମାଗିଥିବା ଘଟଣାରେ ମଧ୍ୟ ରିୟାଙ୍କୁ ସନ୍ଦେହ କରାଯାଇଛି।

Comments are closed.